-
ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଦଳରୁ ବହିଷ୍କାର ଓ ଗିରଫ ଦାବି
-
ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ
ବାଲେଶ୍ୱର, କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍ଥିତ ସନସାଇନ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଦଳରୁ ବହିଷ୍କାର ଓ ଗିରଫ ଦାବି ସହ ପ୍ରଶାସନର ଅପାରଗତା, ପୋଲିସର ନିଷ୍କ୍ରିୟତା ବିରୋଧରେ ଆଜି ବାଲେଶ୍ୱର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ରାଜ୍ୟ ସରକାର ଯଦି ଏନେଇ ପଦକ୍ଷେପ ନନିଅନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ । ବିଜେପି ଏହି ପ୍ରସଙ୍ଗକୁ ନେଇ ଗାଁ ଗାଁକୁ ଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଶତାଧିକ ମହିଳା ଓ ପୁରୁଷ କର୍ମୀ ଏହି ଆନ୍ଦୋଳନରେ ସାମିଲ୍ ହୋଇଥିଲେ । ସେମାନେ ମନ୍ତ୍ରୀ କ୍ୟାପେଟେନ ଦିବ୍ୟଶଙ୍କର ବିରୋଧରେ ନାରାବାଜି କରିବା ସହ ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।