
ପୁରୀ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ,କଳାହାଣ୍ଡିର ମହାଲିଙ୍ଗ ଠାରେ ଘଟି ଯାଇଥିବା ଶିକ୍ଷୟତ୍ରୀ ମମିତାଙ୍କର ଜଘନ୍ୟ ହତ୍ୟାକାଣ୍ଡ ଓ ସେଠିକାର ସନସାଇନ ଶିକ୍ଷାନୁଷ୍ଠାନ ରେ ମନ୍ତ୍ରୀ ଦିବ୍ୟଶଙ୍କଳ ଙ୍କର କେଳେଙ୍କାରୀ ବିରୁଦ୍ଧରେ ସିଂହଦ୍ୱାର ଅରୁଣ ସ୍ତମ୍ଭ ନିକଟରେ ଦୀପ ଦାନ କରାଯାଇ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ବଡଦାଣ୍ଡରେ ଶରଧାବାଲି ପର୍ଯ୍ୟନ୍ତ ଯାଇଥିଲ। |
କଲେଜର ମାଲିକ ତଥା ମମିତା ହତ୍ୟାକାରୀ ଗୋବିନ୍ଦ ସାହୁ ସହ ,ଖୋଦ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ଏହି ସମସ୍ତ କେଳଙ୍କରୀ ରେ ସଂପୃକ୍ତ ଥିବାବେଳେ ଏବେବି ମନ୍ତ୍ରୀ ଭାବରେ ରହିଥିବାରୁ,ଓଡିଆ ମାନଙ୍କ ମନରେ କ୍ରୋଧାଗ୍ନି ଜଳୁଛି।ଉକ୍ତ କଲେଜରେ ନିୟମିତ ଭାବରେ ମନ୍ତ୍ରୀ ରାତ୍ରି ଯାପନ କରି,ପାଠ ପଢିବା ପାଇଁ ଆସୁଥିବା କୋମଳମତି ଛାତ୍ରୀ ମାନଙ୍କ ସହ କୁତ୍ସିତ କର୍ମ କରି ସମସ୍ତ ଅବିଭାବକ ଙ୍କ ମନରେ ଘୃଣାର ପାତ୍ର ହୋଇଛନ୍ତି।ତଥାପି ବିଜେଡି ସରକାର ତାଙ୍କୁ ସୁରକ୍ଷା ଦେଇ ନୈତିକତା କୁ ଜଳାଞ୍ଜଳି ଦେଇଛି।
ସେଥିପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ବହିଷ୍କାର ଓ ଗିରଫ ଦାବୀରେ ଏହି ପ୍ରତିବାଦ କରା ଯାଇଥିଲା।
ମହିଳା ମୋର୍ଚ୍ଚା ର ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର,ବରିଷ୍ଠ ନେତା କୃଷ୍ଣ ଜଗଦ୍ଦେବ,ପୁରୀଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ, ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଢଙ୍ଗୀ,ବ୍ରହ୍ମଗିରି ବିଧାୟକ ଶ୍ରୀ ଲଳିତେନ୍ଦୁ ବୀଦ୍ୟାଧର ମହାପାତ୍ର,ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଜ୍ୟୋତି ମହାପାତ୍ର,ମହିଳା ନେତ୍ରୀ ରଞ୍ଜିତା ପାଢ଼ୀ,ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକସିପାତ୍ର,ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ,ପୂର୍ବତନ ବିଧାୟକ ରମା ରଂଜନ ବଳିଆରସିଂ,ରାଜ୍ୟ ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀ,ମାନସୀ ହରିଚନ୍ଦନ,ରାଜଲକ୍ଷ୍ମୀ ଦାଶ,ତିଳୋତମା ବାରିକ,ତପସ୍ୱୀନି ବେହେରା,ମନସ୍ୱୀନି ଚୌଧୁରୀ ,ମମତା ପ୍ରଧାନ ,ମମତା ପତି,ମାମି ମହାନ୍ତି ପ୍ରମୁଖ ଶୋଭାଯାତ୍ରାରେ ଯୋଗଦେଇ ପ୍ରତିବାଦକୁ ଯୋରଦାର କରିଥିଲେ।