
ଗଞ୍ଜାମ – ଗତକାଲି ମଧ୍ୟ ରାତ୍ରରେ ସଦର ଥାନା ଅନ୍ତର୍ଗତ ନଳିହାଡ଼ ଗ୍ରାମରେ ସନ୍ତୋଷ ବିଷୋୟୀଙ୍କ ଘରେ ଚୋରୀ ହୋଇଛି । ଚୋର ମାନେ କୌଣସି ପ୍ରକାରେ ଘର ଭିତରେ ପଶି ପ୍ରାୟ ୭ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୂପା ଅଳଙ୍କାର ଏବଂ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏ ସଂକ୍ରାନ୍ତରେ ୨୯୪/୧୯ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରୀ ରଖିଥିବା ନେଇ ଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି ।