
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ବ୍ଲକ ଅଧିନ ଇଚ୍ଛାପୁର କ୍ଲଷ୍ଟରରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁÂିତ ହୋଇଯାଇଛି । ଇଚ୍ଛାପୁର ପ୍ରାଇମେରୀ ସ୍କୁଲ୍ରେ ଅନୁÂିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ପୈାରହିତ୍ୟ କରିଥିଲେ । ବ୍ଲକର ସହ ଶିକ୍ଷା ଅଧିକାରୀ ଭାଗିରଥି ନନ୍ଦ ମୁଖ୍ୟ ଅତିଥି ଓ ଇଚ୍ଛାପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଷ୍ଣୁ ପ୍ରସାଦ ନାୟକ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଟାଉନ୍ ବଳରାମପୁର ସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ, ସୃଜନଶୀଳ ଗଠନ, ସାଧାରଣ ଜ୍ଞାନ ପ୍ରତିଯୋଗୀତା କରାଯାଇଥିଲା । ଗାଙ୍ଗେୟ ବିଶ୍ୱାଳ, ନିରୁପମା ସେଠୀ, ଭକ୍ତିଲତା ଜେନା, ସେକ୍ ସାମସୁଦ୍ଧିନ୍, ମନୋରଂଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ୟାପନୀ ସଭାରେ ପୁରସ୍କୃତ କରାଯାଇଥିଲା ।