
ଭଦ୍ରକ -ବାଣ ଫୁଟାଇବା ସମୟରେ ଘଟିଛି ଅଘଟଣ। ଗତକାଲି ପବିତ୍ର ଦୀପାବଳି ଅମାବାସ୍ୟାରେ ବାଣ ଫୁଟାଇବାକୁ ଯାଇ ଜଣେ ଛାତ୍ର ଗୁରୁତର ହୋଇ କଟକ ଡାକ୍ତରଖାନାରେ ମୃତୁ୍ୟବରଣ କରିଥିବାବେଳେ ଆଉ ଜଣେ ବିଦୁ୍ୟତ୍ ଲିଚୁ ବତି ସଂେଯାଗ କରିବା ସମୟରେ ବିଦୁ୍ୟତ୍ ଆଘାତ ଲାଗିବାରୁ ଭଦ୍ରକ ଡାକ୍ତରଖାନା ନେବା ରାସ୍ତାରେ ମୃତୁ୍ୟ ଘଟିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ଗ୍ରାମାଳ ଥାନା ଅଧୀନସ୍ଥ ରାହାଞ୍ଜଳ ବଳସାହି ଗ୍ରାମର ବିଜୟ ସାମଲଙ୍କ ପୁତ୍ର ୟଗୋମ ଓରଫ ବବୁଲ (୧୮) ବାଣ ଫୁଟାଇବା ସମୟରେ ଏକ ଡ୍ରେନ୍ରେ ପଡିଯାଇ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା। ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ଚିକିସôାଧୀନ ଅବସ୍ଥାରେ ମୃତୁ୍ୟ ଘଟିଛି। ସେହିଭଳି ବାସୁଦେବପୁର ଥାନା ଅଧୀନସ୍ଥ ପଦ୍ମପୁର ଗ୍ରାମନିବାସୀ ପ୍ରକାଶ ଚନ୍ଦ୍ର ଓଝା ବିଦୁ୍ୟତ୍ ଲିଚୁ ବତି ଲଗାଇବା ସମୟରେ ତାହା ସଂସ୍ପର୍ଶରେ ଆସିଥିଲେ। ଫଳରେ ସେ ସେହିଠାରେ ଅଚେତ ହୋଇ ଟଳିଯାଇଥିଲେ। ତେବେ ଏହି ଘଟଣାରେ ତାର ପରିବାର ଲୋକେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିସôାଳୟକୁ ଆଣିଥିଲେ ମଧ୍ଯ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ। ଅନୁରୂପ ଦୁଇମହଲା କୋଠା ଛାତରୁ ଖସି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକ ଜଣକ ହେଲେ ଏହି ଜିଲାର ବାସୁଦେବପୁର ସମିଆଁ ଗାଁର ଅଜୟ ନାୟକଙ୍କ ପୁଅ ସରୋଜ। ସେ ଛାତ ଉପରେ ବାଣ ଫୁଟାଉଥିବାବେଳେ ଅସାବଧନତା ବଶତଃ ତଳକୁ ଖସିପଡିଥିଲେ। ତାଙ୍କୁ ତାଙ୍କ ପରିବାର ଲୋକେ ପ୍ରଥମେ ବାସୁଦେବପୁର ଡାକ୍ତରଖାନା ନେଇଥିଲେ ମଧ୍ଯ ଅବସ୍ଥା ସଂକଟାପନ୍ନ ହେବାରୁ ଭଦ୍ରକ ଜିଲା ମୁଖ୍ୟ ଚିକିସôାଳୟକୁ ଆଣିଥିଲେ।