ଭୁବନେଶ୍ୱର – ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ମହାନଦୀ ଫୁଲିବାରେ ଲାଗିଛି । ବୌଦ୍ଧ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ବୌଦ୍ଧ ସହରରରେ ମହାନଦୀର ପାଣି ପ୍ରବେଶ କରିଛି । ହନୁମାନ ମନ୍ଦିର ପାଣିଘେରରେ ରହିଛି । ହରଭଙ୍ଗାରେ ୫ଟି ପୋଲ ଉପରେ ୪ରୁ୫ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ଚାଷ ଜମି ନଷ୍ଟ ହୋଇଛି । କେନ୍ଦ୍ରିୟ ବିଦ୍ୟାଳୟ ପାଣି ଘେରରରେ ରହିଛି । ବୌଦ୍ଧ-ହରଭଙ୍ଗା ଜଗନ୍ନାଥ ସଡ଼କ ବିଚ୍ଛିନ୍ନ ହୋଇଛି । କେନ୍ଦୁଝର ଜିଲ୍ଲାର ଆନନ୍ଦପୁର-ସରେଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
Related Stories
October 15, 2024