
ଜୟପୁର – ଜୟପୁର ରେ ବାଣ ଫୁଟାକୁ କେନ୍ଦ୍ର କରି ୨ ଗୋଷ୍ଠି ମଧ୍ୟରେ ଗୋଷ୍ଠି ସଂଘର୍ଷ ଘଟିଛି । ଘଟିବା ଘଣି ଟାଉନ ପୋଲିସ ପହ ି ପରିସ୍ଥିତି କୁ ଆୟତ କରିଛି । ଖବର ନୋବରୁ ଜଣାଗଲା ଯେ ଗତ କାଲି ଦିପାବଳି ଅବସରରେ ବାଣ ଫୁଟା ଚାଲିଥିବା ବେଳେ ବିଜୁ ନଗର ଏବଂ ଖ୍ରୀଷ୍ଟିଆନସାହି ମଧ୍ୟ ରେ ଗୋଷ୍ଠି ସଂଘର୍ଷ ହୋଇ ଧସ୍ତା ଧସ୍ତି ହୋଇଥିଲା । ଅମର କିଛି ଦିନ ହେବ ଜୟପୁରରେ ନିଶା ମୁକ୍ତି ଅଭିଯାନ ଚଳାଇ ଆସୁଥିବା ବେଳେ ମଦ ମାଫିଆଙ୍କ ଟାର୍ଗେଟରେ ଥିଲେ । ଜଣେ ମଦ ବେପାରି ଜାଣି ଶୁଣି ଅମନ ଙ୍କ ଘର ସାମ୍ନାରେ କିଛି ଲୋକଙ୍କୁ ନେଇ ବାଣ ଫୁଟାଇ ଥିଲେ । ଏହାକୁ ବିରୋଧ କରିବାରୁ ମଦ ବେପାରିଙ୍କ ମସର୍ଥନ ତାଙ୍କ ଉପରେ ଆକ୍ରମଣ କରିଥିବା ଅମର ଥାନାରେ ଅଭିଯୋଗ କରିଛନ୍ତି ।ଅମର ନାଏକ ଙ୍କ ଅଭିଯୋଗକ୍ରମେ ପୋଲିସ ୨୦ ଜଣ ଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ବିଜୁ ନଗର ବାସୀ ଙ୍କ ତରଫରୁ ଅଭିଯୋଗ ପାଇ ପୋଲିସ ୮ ଜଣ ଙ୍କ ନାମରେ ମାମଲା ରୁଜୁ କରିଛି । ଉଭୟ ଗୋଷ୍ଠିର ଅଭିଯୋଗ ପାଇ ପୋଲିସ ୬୪/୧୯ , ୬୫/୧୯ ମାମଲା ରୁଜୁ କରିଥିବା ଟାଉନ ଥାନା ଅଧିକାର ବାଲେଶ୍ୱର ଗିଧି ପ୍ରକାଶ କରିଛନ୍ତି ।