କେନ୍ଦ୍ରାପଡ଼ା – କେନ୍ଦ୍ରାପଡା କୋର୍ଟ ପରିସରରେ ସ୍ୱଚ୍ଛ ଓ ସବୁଜ କୋର୍ଟ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି । ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀଙ୍କ ନିଦେ୍ର୍ଧଶ ମୁତାବକ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ୨୦୧୯ ଜାନୁଆରୀ ୨୧ ତାରିଖରେ ମାନ୍ୟବର ମୁଖ୍ୟ ବିଚାରପତି ଏକ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଏହି ପ୍ରେଜେକ୍ଟ ଶୁଭାରମ୍ଭ କରିଥିଲେ । କୋର୍ଟ ରୁମ୍ ପରିସରକୁ ସଫା ସୁତୁରା ରଖିବା ପାଇଁ କେନ୍ଦ୍ରାପଡା ଅଦାଲତର ମାନ୍ୟବର ଜିଲ୍ଲା ଦୈାରାଜର୍ଜ ବାସୁଦେବ ପଣ୍ଡା, ଅତିରିକ୍ତ ଜିଲ୍ଲା ଦୈାରାଜର୍ଜ ମୋହନ ରାଓ ଦୋରା ସମେତ ରେଜିଷ୍ଟର ବିଶ୍ୱରଂଜନ ବେହେରା, ସିନିଅର ସିଭିଲ୍ ଜଜ ଜ୍ଞାନ ରଂଜନ ପଟ୍ଟନାୟକ, ସିଭିଲ୍ ଜଜ ପ୍ରଜ୍ଞା ପାଣିଗ୍ରାହୀ, ଏସ୍ଡିଜେଏମ୍ ଦିଗବିଜୟ ଦାସ, ଜେଏମ୍ଏଫ୍ସି ଶର୍ମିÂା ଜେନା, ସବିତା ପଣ୍ଡା, ପାରସ ପାଢି, ଜରିନ୍ ଖାଁ, କୋର୍ଟ ମ୍ୟାନେଜର ସୁପ୍ରିତୀ ପଟ୍ଟନାୟକ ପ୍ରମୁଖ ବିଚାର ବିଭାଗୀୟ ଅଧିକାରୀମାନେ ନିଜ ନିଜର କୋର୍ଟରୁମ୍କୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ ।
Related Stories
November 5, 2024