
ଭଦ୍ରକ – ଗତ ୨୧ ତାରିଖ ଠାରୁ ଏହି ଜିଲାର ବନ୍ତ ବ୍ଲକ୍ ଅଧୀନସ୍ଥ ଅଢାଳପଙ୍କ ବରଦା ବ୍ୟାଙ୍କରେ ତାଲା ଝୁଲୁଛି। ଯାହାଦ୍ବାରା ଶତାଧିକ ଜମାକାରୀ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବିଶେଷକରି ଆଗକୁ ଦୀପାବଳି ପର୍ବ ଥିବାରୁ ଏହି ବ୍ୟାଙ୍କ ଉପରେ ନିର୍ଭର କରୁଥିବା ଭଦ୍ରକ ଓ କେନ୍ଦୁଝର ଜିଲାର ବିଭିନ୍ନ ପଂଚାୟତବାସୀ ଅର୍ଥ ନେଣଦେଣ ଦିଗରେ ନାହóନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଛାତ୍ରଛାତ୍ରୀମାନେ ଶିକ୍ଷା ସହାୟତା ସଂପର୍କିତ କାଗଜପତ୍ର ନପାଇ ଫେରୁଛନ୍ତି। ବ୍ୟାଙ୍କ କର୍ମଚାରୀ ଓ ନିଦ୍ର୍ଧିଷ୍ଟ ଜମକାରୀଙ୍କ ମଧ୍ଯରେ ବାରମ୍ବାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାରୁ ବ୍ୟାଙ୍କ କର୍ମଚାରୀମାନେ ନିଜକୁ ନିରାପଦ ନମଣି ତାହାକୁ ବନ୍ଦ ରଖôଛନ୍ତି ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ଏହି ସଂପର୍କରେ ବ୍ୟାଙ୍କ ପରିଚାଳକଙ୍କ ସହ େଯାଗାେଯାଗ ସମ୍ଭବ ହୋଇପାରିନାହó। ତେବେ ପୂର୍ବରୁ ଏହାର ଏଟିଏମ୍ଟି ବନ୍ଦ ହୋଇଯାଇଥିବାବେଳେ ଏବେ ଏହା ଚାବି ପଡିବା ଘଟଣା ସଂପର୍କରେ ଉକ୍ତ କର୍ୃପକ୍ଷ ଦୃଷ୍ଟିଦେବାକୁ ଦାବି ହୋଇଛି।