ଭଦ୍ରକ- ପାରିବାରିକ ଅଶାନ୍ତିକୁ ନେଇ ଶେଷରେ ଆମôହତ୍ୟା କରିଛନ୍ତି ୪ ଜଣ ପତ୍ନୀଙ୍କ ସ୍ବାମୀ। ମୃତକ ଜଣକ ହେଲେ ଭଦ୍ରକ ବ୍ଲକ୍ ଅଧୀନସ୍ଥ ବେନ୍ତାଳ ପଂଚାୟତର ଅଜୟ ଦାସ। ସେ ଜଣେ ଇଲେକ୍ଝ୍ରି ମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି। ଅଜୟଙ୍କ ୪ର୍ଥ ପତ୍ନୀଙ୍କ ଅଭିେଯାଗ ଆଧାରରେ ଭଦ୍ରକ ଗ୍ରାମାଳ ପୁଲିସ୍ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି। ପ୍ରାପ୍ତ ସୂଚନା ମୂଳେ ଅଜୟ ପୂର୍ବରୁ ୩ ଜଣ ମହିଳାଙ୍କୁ ବିବାହ କରିଥିବାବେଳେ ୧୧ ମାସ ପୂର୍ବେ ୪ର୍ଥ ପତ୍ନୀ ଗ୍ରହଣ କରିଥିଲେ। ଗତକାଲି ସକାଳେ କୌଣସି କାରଣକୁ ନେଇ ଅଜୟଙ୍କ ସହ ତାଙ୍କ ୪ର୍ଥ ପତ୍ନୀଙ୍କ ଝଗଡା ହୋଇଥିଲା। ତାଙ୍କୁ ଅନ୍ଧାରରେ ରଖô କାହóକି ସେ ୪ର୍ଥ ବିବାହ କରିଛନ୍ତି ବୋଲି ପଚାରିବାରୁ ଉଭୟଙ୍କ ମଧ୍ଯରେ ପାଟିତୁଣ୍ଡ ହୋଇଥିଲା। ପରେ ଅଜୟ ବେକରେ ଦଉଡି ଦେଇ ଆମôହତ୍ୟା କରିଥିବାର ଦେଖôଥିଲେ ୪ର୍ଥ ପତ୍ନୀ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହô ଅଜୟଙ୍କ ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Related Stories
December 21, 2024