
ବେଲଗୁଣ୍ଠା, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ପଞ୍ଚାୟତ ଅଧୀନସ୍ଥ ମାଆ ବୁଢାକେନ୍ଦୁ ପୀଠରେ ଆଜି ସକାଳ ଏଗାର ଘଣ୍ଟ ସମୟରେ ଜିଲ୍ଳା ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କର୍ମୀ ମାନଙ୍କୁ କିପରି ପଞ୍ଚାୟତକୁ ବିଜୟ ଲାଭ କରାଯିବ ଏନେଇ ଜିଲ୍ଲାର ଛାମୁଆ ସଂଗଠନ ଯୋଗ ଦେଇ ମନ୍ତ୍ର ଫୁଙ୍କିଛନ୍ତି I ଗତ କିଛି ଦିନ ତଳେ ଜିଲ୍ଳା ସ୍ତରୀୟ ଛାତ୍ର,ଯୁବ,ମହିଳା ଓ ବ୍ଳକ୍ ସ୍ତରୀୟ, ଜୋନ୍ ସ୍ତରୀୟ ଗଠନ ହୋଇଥିବା କମିଟିର ସମସ୍ତ ସଦସ୍ୟଙ୍କୁ ଆଜି ଉପଢ଼ୌକନ ଦେଇ ଜିଲ୍ଳା ସଭାପତି ସମ୍ବର୍ଦ୍ଧିତ କରିଛନ୍ତି I ଏହି ଅବସରରେ ପ୍ରାକ୍ତନ ବ୍ଳକ୍ ଅଧ୍ୟକ୍ଷ ତଥା ବ୍ଳକ୍ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗ ଦେଇ ସମସ୍ତ ବିଜେଡ଼ି କର୍ମୀ ତୃଣମୂଳସ୍ତରରୁ ଏକତ୍ରିତ ହୋଇ ଲୋକଙ୍କ ସହ ସବୁ ସମୟରେ ଠିଆ ହୋଇ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରିବା ପାଇଁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ I ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡକ୍ଟର୍ ରମେଶ୍ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗ ଦେଇ ଆମେ ଦାବୀ କରିବା ପୂର୍ବରୁ ନବୀନ ଯୋଜନା ଘୋଷଣା କରନ୍ତି ବୋଲି ପ୍ରକାଶ କରିଥିଲେ I ଓଡ଼ିଶାରେ ନବୀନଙ୍କ ବିକଳ୍ପ ନାହିଁଁ I ନବୀନ ହେଉଛନ୍ତି ଦେଶରେ ସବୁଥିରେ ପ୍ରଥମ I ନବୀନ ପଟ୍ଟନାୟକଙ୍କୁ ଲୋକେ ଭଲ ପାଉଛନ୍ତି ଏବଂ ସେ ସବୁ ସ୍ତରର ଲୋକଙ୍କ ହୃଦୟ ଜିଣି ପାରିଛନ୍ତି I ପେଟରେ ଥିବା ଛୁଆ ପାଇଁ ମମତା ଯୋଜନା ଠାରୁ ଆରମ୍ଭ କରି ଚାଷୀଙ୍କ ପାଇଁ କାଳିଆ, ବଳିଆ ଯୋଜନା ଏବଂ ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନା ଭଳି ସବୁ ସ୍ତରର ଲୋକଙ୍କ ପାଇଁ ଯୋଜନା ପ୍ରଣୟନ କରିଛନ୍ତି I ଏହା ସହ ମହିଳା ଏବଂ କୃଷକ କୃଷକ ମାନଙ୍କର ଦୁଃଖ ବୁଝିବାରେ ନବୀନ ଭାରତରେ ନମ୍ଵର୍ ୱାନ୍ ବୋଲି ପ୍ରକାଶ କରିଥିଲେ I ଯାହାକି ଭାରତର କୌଣସୀ ରାଜ୍ୟରେ ଏତେ ଯୋଜନା କାର୍ଯ୍ୟକାରୀ ହେବାର ନଜିର ନାହିଁଁ I
ତେଣୁ ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ୍ କରିଥିଲେ I ଅନ୍ୟତମ ଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ବିଜେଡ଼ି ହିଁ ରାଜ୍ୟକୁ ସୁଶାସନ ଏବଂ ସ୍ଥିର ଶାସନ ଦେଇ ଆସିଛି I ଅନ୍ୟତମ ଅତିଥି ରୂପେ ଓଡ଼ିଶା ମୋ ପରିବାରର ରାଜ୍ୟ ସଂଯୋଜକ ତଥା ଜୀବନ ବିନ୍ଦୁର ଜିଲ୍ଳା ସଂଯୋଜକ ସୁବାଷ ମହାରଣା, ଜିଲ୍ଳା ଯୁବ ବିଜେଡି ସଭାପତି ଭବାନୀ କାନ୍ତ ସାହୁ, ସାଧରଣ ସମ୍ପାଦକ ନରେନ୍ଦ୍ର ସ୍ୱାଇଁ, ଜିଲ୍ଳା ଡ଼ିଜିଟାଲ ସମ୍ପାଦକ ଗଣେଶ ସାହୁ, ପୂର୍ବତନ ବେଲଗୁଣ୍ଠା ନଗରପାଳ ରବୀନ୍ଦ୍ର ମହାପାତ୍ର, ଜିଲ୍ଳା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ,ଆସିକା ସାଂସଦଙ୍କ ରାଜନୈତିକ ପରାମର୍ଶ ଦାତା ନୀଳମଣି ପଟ୍ଟନାୟକ, ଜିଲ୍ଳା ମହିଳା ସଭାନେତ୍ରୀ ଏମ୍ ସୁଜାତା ପାତ୍ର, ଜିଲ୍ଳା ସାଧାରଣ ସମ୍ପାଦକ କୁଞ୍ଜବିହାରୀ ନାୟକ, ବ୍ଳକ୍ ଯୁବ ବିଜେଡ଼ି ସଭାପତି ଶିବରାମ ରାଉତ, ଗଞ୍ଜାମ ଜିଲ୍ଲା ମହିଳା ସମ୍ପାଦକ ପି ଆଶା ରାଣୀ,ପୂର୍ବତନ ଅଧ୍ୟକ୍ଷା ମମତା ପାତ୍ର,ମହିଳା ସମ୍ପାଦକ ରୀତା ଜେନା, ବେଲଗୁଣ୍ଠା ବ୍ଳକ୍ ଛାତ୍ର ବିଜେଡି଼ ସଭାପତି ଜ୍ୟୋତି ରଞ୍ଜନ ନାୟକ, ଜିଲ୍ଳା ଉପସଭାପତି ତ୍ରିଲୋଚନ ଜେନା, 47 ନମ୍ବର୍ ଜୋନ୍ ଜିଲ୍ଳା ପରିଷଦ ସଭାପତି ପ୍ରଦ୍ୟୁମ୍ନ ପାତ୍ର,48 ନମ୍ବର୍ ଜୋନ୍ ଜିଲ୍ଳା ପରିଷଦ ସଭାପତି ରଙ୍କନିଧି ସାହୁ,49 ନମ୍ବର୍ ଜୋନ୍ ଜିଲ୍ଳା ପରିଷଦ ସଭାପତି ମାଲ ସାମଲ ,ଜିଲ୍ଳା ପରିଷଦ ସଭ୍ୟ ଅମିତ୍ ନାୟକ , ମଙ୍ଗଳପୁର ଡିଜିଟାଲ ସମ୍ପଦକ ମାଧବ ଚନ୍ଦ୍ର ଆପଟ,ଯୁବ ସଂଗଠକ ସୁଶାନ୍ତ କୁମାର ବେହେରା,ଅଯୋଧ୍ୟା ବେହେରା ଓ ବ୍ଲକ ର ବହୁ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଯୋଗ ଦେଇଥିବା ବେଳେ ଏହି ସମସ୍ତ କାର୍ଯ୍ୟକ୍ରମକୁ କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ଼, ବେଲଗୁଣ୍ଠା ବ୍ଳକ୍ ଡ଼ିଜିଟାଲ ସମ୍ପାଦକ ବିଭୁପାଦ ଜେନା,ବ୍ଳକ୍ ସାଧାରଣ ସମ୍ପାଦକ ଏସ୍ ରାମେଶ୍ଵର ପାତ୍ର ପ୍ରମୁଖ ପରିଚାଳନା କରିଥିଲେ l ଏହା ସହିତ ବିଭିନ୍ନ ପଞ୍ଚାୟତରୁ ଶତାଧିକ ବିଜେଡ଼ି କର୍ମୀ ଆଜିର ବୈଠକରେ ଯୋଗ ଦେଇଥିଲେ I ସମସ୍ତଙ୍କୁ ଜିଲ୍ଳା ସଭାପତି ଡକ୍ଟର୍ ପଟ୍ଟନାୟକ ଦଳକୁ ସ୍ୱାଗତ କରିଥିଲେ I କାର୍ଯ୍ୟକ୍ରମରେ ସ୍ଵସ୍ତି ସୁନ୍ଦର ସିୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ଏସ୍ ରାମେଶ୍ୱର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO