
ନୂଆପଡା: କାବ୍ୟ ଅନୁରକ୍ତି ତରଫରୁ ୱେବିନାର ମାସିକ କବିତା ଆସର ବହୁ ଭାଷୀ କାବ୍ୟ ସନ୍ଧ୍ୟା”କାବ୍ୟାନୁଭଵରେ ସ୍ବାଧୀନତା” ଆୟୋଜିତ ହୋଇ ଯାଇଛି । ବିଶିଷ୍ଟ ଓଡିଆ ଭାଷା ସାହିତ୍ୟର କବି ଦେବଦାସ ଛୋଟରାୟ ଆନୁଷ୍ଠାନିକ ଭାବେ କବିତା ଆସରକୁ ଉଦଘାଟନ କରିଥିଲେ । କଣ୍ଠ ଶିଲ୍ପୀ ରାସ ବିହାରୀ ଘିଭେଲାଙ୍କ ଦେଶାତ୍ମବୋଧକ ଗୀତ ପରେ ଆସର ଆରମ୍ଭ ହୋଇ ଥିଲା । ଦେଶର ୪ଟି ରାଜ୍ୟର ୨୦ଜଣ କବି କବୟତ୍ରୀ ଯୋଗଦାନ କରି ସ୍ବରଚିତ କବିତା ପାଠ କରିଥିଲେ ।
କବିତା ଆସର ଆରମ୍ଭରେ କାବ୍ୟ ଅନୁରକ୍ତିର ପ୍ରତିଷ୍ଠାତା କବି ଯଶୋଧାରା ଦାସ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କବି ସେନାପତି ପ୍ରଦ୍ୟୁମ୍ନ କେଶରୀ କବିତା ଆସରରେ ସଭାପତିତ୍ବ କରିଥିଲେ ।ପଶ୍ଚିମ ବଙ୍ଗର କବୀ ଡ. ମନ୍ଦାର ମୁଖାର୍ଜୀ, ଆସାମର କବି ଅପୂର୍ବ ରଞ୍ଜନ ଦତ୍ତା, କବୀ ଅନ୍ତରା ଦତ୍ତା, କୁଇ ଭାଷାର କବି ଅନୁଜ ମୋହନ ପ୍ରଧାନ, ଛତିଶଗଡି ଭାଷାର କବି ହରିବଂଶ ସିଂ ଠାକୁର, ଓଡିଆ ଭାଷାର କବି ରକ୍ଷକ ନାୟକ, କବୀ ନର୍ମଦା ନିଲୋତ୍ପଳା, କବି ବିଦେଶୀ ନାୟକ, ଡ.ଗୀତାଶ୍ରୀ ପ୍ରିୟମ୍ବଦା, କୋଶଲୀ ଭାଷାର କବୀ ମାନିନୀ ମେହେର ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ । ନୂଆପଡା ଜିଲ୍ଲା ଖଡିଆଳ ଅଟୋନମସ୍ କଲେଜର ଅଧ୍ୟାପିକା କବୀ ଡ. ଗୀତାଶ୍ରୀ ପ୍ରିୟମ୍ବଦା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ନୂଆପଡାର ସାମ୍ବାଦିକ ତଥା ଯୁବ ଗାଳ୍ପିକ ମାୟାଧର ସରାଫ ଧନ୍ୟବାଦ ଅର୍ପଣ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO