-
ଓଆଇସି ମମତା ପଣ୍ଡାଙ୍କୁ କ୍ରାଇମବ୍ରାଂଚର ପଚରା ଉଚରା

ପାରଳାଖେମୁଣ୍ଡି,ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ କ୍ରାଇମବ୍ରାଂଚ ପକ୍ଷରୁ ଜାରୀ ରହିଛି । ଆଜି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଏ ସମ୍ପର୍କରେ ପଚରା ଉଚରା କରିଛି କ୍ରାଇମବ୍ରାଂଚ । ପାରଳାଖେମୁଣ୍ଡି ଥାନାରେ କ୍ରାଇମବ୍ରାଂଚ ଟିମ୍ ତାଙ୍କୁ ପଚରା ଉଚରା କରିଛି । ସୌମ୍ୟଙ୍କ ପରିବାର ପକ୍ଷରୁ ଓଆଇସି ମମତାଙ୍କ ନାମରେ ଅଭିଯୋଗ ରହିଥିଲା । ସେହି ଆଧାରରେ କ୍ରାଇମବ୍ରାଂଚ ତାଙ୍କୁ ପଚରାଉଚରା କରିଛି । ପୂର୍ବରୁ ପୋଲିସ ତାଙ୍କୁ ଏ ସମ୍ପର୍କରେ ମଧ୍ୟ ପଚରା ଉଚରା କରିଥିଲା ।
ଏହା ପୂର୍ବରୁ ଡ଼ିଏଫଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭ, ଫରେଷ୍ଟ ଗାର୍ଡ଼ ଓ ଦୁଇ ଜଣ ଏସିଏଫଙ୍କୁ ଉଚରା କରିଥିଲା କ୍ରାଇମବ୍ରାଂଚ ।ପ୍ରକାଶ ଥାଉ କି, ଗତ ୧୪ ତାରିଖରେ କ୍ରାଇମବ୍ରାଂଚର ଏକ ଟିମ୍ ସାଇଂଟିଫିକ୍ ଟିମ୍ ସହିତ ସୌମ୍ୟଙ୍କ ସରକାରୀ ବାସଭବନରେ ପହଂଚି ତଦନ୍ତ କରିଥିଲେ ।ଏଠାରେ ଉଲ୍ଲେଖଯୋଗ୍ୟ, ନିଆଁରେ ପୋଡ଼ି ହୋଇ ଏସିଏଫ ସୌମ୍ୟରଞ୍ଜନ ଗୁରୁତର ହୋଇପଡିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଗତ ଜୁଲାଇ ୧୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO