
ହରିଚନ୍ଦନପୁର, ପୁଣି ପଦାକୁ ଆସିଲା ୫ଟି କମିଶନଙ୍କ ଦୁର୍ନୀତି, ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଉଥିବା ଅଭିଯୋଗ । ଏପରି ଏକ ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ମନୋହରପୁର ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ସ୍ମାର୍ଟ୍ କ୍ଲାସ ନିର୍ମାଣର ଉଦେଶ୍ୟରେ ସ୍ମାର୍ଟ ଟଙ୍କା ଚଳୁ କରାଯାଉଥିବା ବିଦ୍ୟାଳୟର ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ହୋଇଛି । ରାଜ୍ୟ ସରକାର ବିଦ୍ୟାଳୟ ଟ୍ରାନ୍ସଫରମେଶନ୍ କାର୍ଯ୍ୟକ୍ରମରେ ପ୍ରତି ଜିଲ୍ଲା ଭଳି କେନ୍ଦୁଝର ଜିଲ୍ଲାର ୧୦୦ଗୋଟି ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ରୂପେ ପୋଷ୍ୟ କରି ପ୍ରତ୍ୟେକ ବିଦ୍ୟାଳୟକୁ ୧୭ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ରାଶି ବ୍ୟୟ ବରାଦ କରିଛନ୍ତି । ଏହି ଅର୍ଥରେ ବିଦ୍ୟାଳୟକୁ ସୌନ୍ଦର୍ଯ୍ୟ କରଣ ଓ ସ୍ମାର୍ଟ ତଥା ଡିଜିଟାଲ ଶ୍ରେଣୀ ଗୃହ କରାଇ ଛାତ୍ର ଛାତ୍ରୀମାନଙ୍କୁ ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରାଇବା ମୂଳ ଲକ୍ଷ୍ୟ ରହିଛି। ଯେହେତୁ ବର୍ତ୍ତମାନ ଯୁଗରେ ଉଭୟ ସହର ତଥା ଗ୍ରାମର ଛାତ୍ରଛାତ୍ରୀମାନେ ବେସରକାରୀ ସ୍କୁଲରେ ପାଠ ପଢିବା ପାଇଁ ଅଧିକ ଆଗ୍ରହ ରଖୁଥିବା ନେଇ ତାଙ୍କୁ ସେଥିରୁ ନିବୃତ୍ତ କରିବା ପାଇଁ ରାଜ୍ୟ ସରକାରଙ୍କର ଏହା ଥିଲା ଅଭିନବ ପ୍ରୟାସ । କିନ୍ତୁ କେତେକ ଖାମଖିଆଲି ଲାଭବାନ ମନୋଭାବ ରଖୁଥିବା ସରକାରୀ ବାବୁଙ୍କ ପାଇଁ ଏଥିରେ ତୃଣମୂଳ ସ୍ତରରେ ଟଙ୍କା ଚଳୁ କରାଯାଉଥିବା ଦେଖିବାକୁ ମିଳିଛି ।
୧୭ ଲକ୍ଷ ଟଙ୍କା ଅନୁଦାନ ରାଶିରେ ବିଦ୍ୟାଳୟରେ ହେବାକୁ ଥିବା ବିଦ୍ୟାଳୟ ଛାତ ମରାମତି, ବାହାର ଭିତର ରଙ୍ଗ, ଝରକା ଗୁଡିକର ଉନ୍ନତି କରଣ, ବିଦ୍ୟୁତିକରଣ, ଚଟଣାରେ ଟାଇଲ୍ ଲଗାଇବା, ପାନୀୟ ଜଳର ସୁବିଧା, ଶୌଚାଳୟ ନବୀକରଣ, ସମ୍ମୁଖ ଗେଟ୍ ଉନ୍ନତିକରଣ ଓ ନୂତନ ମଲ୍ଟିପର୍ପୋଜ୍ ହଲ୍ ନିର୍ମାଣ ଇତ୍ୟାଦି କାର୍ଯ୍ୟ ହେବାକୁଥିବା ବେଳେ, ବାସ୍ତବ କ୍ଷେତ୍ରରେ କିନ୍ତୁ ଅତି ନିମ୍ନମାନର କାର୍ଯ୍ୟ କରାଯାଇ ଟଙ୍କା ଚଳୁ କରାଯାଇଥିବାର ସାଙ୍ଘାତିକ ଅଭିଯୋଗ କରିଛନ୍ତି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି । ବିଦ୍ୟାଳୟକୁ ପୁର୍ନଃଉଦ୍ଧାର କରି ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରାଇବା ଭଳି ମହତ୍ ଉଦ୍ଦେଶ୍ୟ କେବଳ ଉଦ୍ଦେଶ୍ୟରେ ହିଁ ରହିଯିବ ତାହା ବାସ୍ତବରେ ଦେଖିବାକୁ ମିଳିଛି । ଏହା ମଧ୍ୟରେ କ”ଣ ରହିଛି ଯାହାକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ସ୍ଥାନୀୟ ମନ୍ତ୍ରୀ ନା ରାଜନୈତିକ ଚାପରେ ନା ମୋଟା ଅଙ୍କର ହାତଗୁଞ୍ଜାରେ ସଂପୃକ୍ତ ସରକାରୀ ବାବୁ ସବୁ ଜାଣିବି କର୍ଣ୍ଣପାତ କରୁନାହାଁନ୍ତି ତାହାକୁ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ୫ଟି ସଚିବ ଦୃଷ୍ଟି ଦେଇ ଉପଯୁକ୍ତ ତଦନ୍ତ କରାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଦ୍ୟାଳୟ ପରିଚାଳନା କମିଟି ସହ ଶିକ୍ଷକଙ୍କ ମହଲରେ ଦାବି ହୋଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO