
ଭଦ୍ରକ- ଆଗାମୀ ଦୀପାବଳିକୁ ଆଖô ଆଗରେ ରଖô ଏହି ଜିଲାର ତିହିଡି ପୁଲିସ୍ ବିଭିନ୍ନ ସ୍ଥାନ ଉପରେ ଚଢାଉ କରିଛି। ତେବେ ଏହି ଚଢାଉ ସମୟରେ ପାଳିଆବିନ୍ଧା ଗ୍ରାମରେ ଏକ ବେଆଇନ୍ ବାଣ ତିଆରି କାରଖାନା ଠାବ ହୋଇ ସେଠାରୁ ବିପୁଳ ପରିମାଣର ବାଣ ଓ ସାମଗ୍ରୀ ଜବତ ହୋଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ନିତ୍ୟା ଓରଫ ନିତ୍ୟାନନ୍ଦ ନାୟକ (୫୮) କୁ ପୁଲିସ୍ ଗିରଫ କରିବାରେ ସକ୍ଷମ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ନିତ୍ୟାନନ୍ଦ ବିନା ଲାଇସେନ୍ସରେ ଏହି ବାଣ ତିଆରି କାରଖାନା ଖୋଲିବା ସହ ସେଠାରେ ବିପୁଳ ପରିମାଣର ତିଆରି ସାମଗ୍ରୀ ମହଜୁଦ ରଖôଥିଲା। ପୁଲିସ୍ ଏହାର ଖବର ପାଇ ସେଠାରେ ଚଢାଉ କରି ତାକୁ ଗରିଫ କରିଥିଲା। ଏ ସଂପର୍କରେ ତିହିଡି ଥାନାରେ ୪୫୭/୧୯ ମୂଳେ ଏକ ମାମଲା ରୁଜୁ ହୋଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଭାରପ୍ରାପ୍ତ ଥାନାଧିକାରୀ ରମେଶ ଚନ୍ଦ୍ର ସିଂହଙ୍କ ଠାରୁ ସୂଚନା ମିଳିଛି।