ବାରିପଦା – ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରଯୋଜିତ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ପରିଚାଳନାରେ ଅକ୍ଟୋବର ୨୪ ବାରିପଦା ସହୀଦ ସ୍ମୃତି ଭବନ ପରିସରରେ ଜାତୀୟ କରଣ ବ୍ୟାଙ୍କ ସମୂହର ଗ୍ରାହକ ସମ୍ପର୍କ ଓ ପ୍ରସାର ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଲୋକସଭା ସାଂସଦ ବିଶେଶ୍ୱର ଟୁଡ଼ୁ ଓ ସମ୍ମାନୀତ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କର ସି.ଜି.ଏମ୍(ଭୂବନେଶ୍ୱର) ପ୍ରବୀଣା କଳା, ଜେନେରାଲ ମ୍ୟାନେଜର ସି.ଏଲ୍.ଏନ୍. ଚାର୍ୟୁଲୁ, ଡ଼ିଜିଏମ୍ କ୍ରିଷ୍ଣା ଶର୍ମା ଓ ଏବିଏମ୍ ଶ୍ରୀକାନ୍ତଦାସ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ଉକ୍ତ ଶିବିରରେ ମୟୂରଭଞ୍ଜ ଜିଲ୍ଲାରେ ଥିବା ବିଭିନ୍ନ ଜାତୀୟ କରଣ ବ୍ୟାଙ୍କର ପଦାଧିକାରୀମାନେମେଯାଗ ଦେଇଥିବା ସମୟରେ ଜିଲ୍ଲାର ୨୬ଟି ବ୍ଲକଗୁଡ଼ିକରୁ ପ୍ରାୟ ଏକ ହଜାରରୁ ଅଧିକ ଗ୍ରାହକ ଉପସ୍ଥିତ ରହିଥିଲେ ।
Related Stories
November 24, 2024
November 24, 2024