Related Stories
November 23, 2024
ପୁରୀ, ଆସନ୍ତା ୧୬ ତାରିଖ ଠାରୁ ସ୍ୱର୍ଗଦ୍ୱାର ଠାରେ ରାଜ୍ୟର ଅଣକୋଭିଡ଼ ଶବ ଗୁଡ଼ିକର ସଂସ୍କାର କରାଯିବ । ପୂର୍ବରୁ ଥିବା କଟକଣାକୁ ଉଠାଇ ଦିଆଯାଇଛି । ପ୍ରତି ଶବ ସଂସ୍କାର ସମୟରେ ୧୦ ଜଣ ସହଯୋଗୀ ରହିପାରିବେ । କୋଭିଡ଼ କଟକଣା ମାନି ଶବ ସଂସ୍କାର କରାଯିବ । ଏ ସଂପର୍କରେ ସ୍ୱର୍ଗଦ୍ୱାର ସେବା ସମିତିର ଆବାହକ ତଥା ଉପ ଜିଲ୍ଲାପାଳ ଭବତାରଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏ ସଂପର୍କରେ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜିଲ୍ଲା ଓ ରାଜ୍ୟ ବାହାରର ବ୍ୟକ୍ତିମାନେ ଶବସଂସ୍କାର ଓ ଅସ୍ଥି ବିସର୍ଜନ କରିପାରିବେ । ଶବଗୁଡ଼ିକ ଅଣକୋଭିଡ଼ ରିପୋର୍ଟ ସଂପର୍କୀୟମାନେ ଦେଖାଇବେ । ଶବ ସହ ଆସିଥିବା ବ୍ୟକ୍ତିମାନେ ମାସ୍କ ପନ୍ଧିବେ । ହାତ ବିଶୋଧନ କରିବେ । ୬ ପୁଟ ଶାରିରୀକ ଦୁରତା ଛାଡ଼ି ରହିବେ ବୋଲି ଉପଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।