ପୁରୀ,ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହିତ କରିବା ପାଇଁ ଆଚାର୍ଯ୍ୟ ହରିହର ଛକ ନିକଟ ଡ଼ିଆରଡ଼ିଏ ମାର୍କେଟ କମ୍ପେ୍ଲକ୍ସରେ ରାକ୍ଷୀଷ୍ଟଲ ଖୋଲାଯାଇଛି । ଏହି ଷ୍ଟଲ ୨୨ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ମହିଳାମାନେ ଷ୍ଟଲରେ ରାକ୍ଷୀ ବିକ୍ରି କରିବେ । ଏହି ଷ୍ଟଲକୁ ପିଡ଼ି ଡ଼ିଆରିଡ଼ିଏ ଜ୍ୟୋତିଶଙ୍କର ମହାପାତ୍ର ଉଦ୍ଘାଟନ କରିଥିଲେ ।
ବିଲୁପ୍ତ କଳାକୁ ସଂରକ୍ଷିତ ରଖିବା ଓ ଗ୍ରାମୀଣ କୁଶଳୀ କାରିଗରଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହି ପ୍ରୟାସ ଜାରି ରହିଛି । ଓରମାସ , ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି । ପୁରୀ ରଘୁରାଜପୁରର ମା ତାରେଣୀ ସ୍ୱଂୟ ସହାୟକ ଗୋଷ୍ଠୀକୁ ଷ୍ଟଲ ପରିଚାଳନା ଦାୟିତ୍ୱ ଦିଆଯାଇଛି । ଏକଲକ୍ଷ ଟଙ୍କାର ବ୍ୟବସାୟ କରାଯାଇ ପାରିବ । ଓରମାସର ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ ଦାଶ,ବିଜୟ କୁମାର ଛାଟୋଇ ପ୍ରମୁଖ ଯୋଗ ଦେଇଥିଲେ ।