
ଭଦ୍ରକ, ବନ୍ତ ବ୍ଲକ ଛୟାଳସିଂ ପଂଚାୟତ ସ୍ଥିତ ମଙ୍ଗୁଲି ଗାଁ ଅର୍ନ୍ତଗତ ପତିସାହି ସ୍ୱାଧିନତାର ୭୪ବର୍ଷ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିମାନଙ୍କ ନଜର ଆଡ଼ୁଆଳରେ ରହିଯାଇଛି । ଏହି ସାହି କୁ ଆଜିଯାଏ ଭଲ ରାସ୍ତାଟିଏ ନିର୍ମାଣ ହୋଇନପାରିବା ବଡ ଦୁôôଃଖ ଓ ଅନୁତାପର ବିଷୟ ଅଟେ । ଭଲ ରାସ୍ତାଟିଏ ନଥିବାରୁ ଲୋକମାନେ ନାନାଦି ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି । ଏଠାରେ ଶହେରୁ ଉର୍ଦ୍ଦଲୋକ ଲୋକ ବସବାସ କରନ୍ତି । ରାସ୍ତା ଅବସ୍ଥା ଯୋଗୁଁ ଛୋଟ ଛୋଟ କୋମଳମତୀ ପିଲାମାନେ ଅଧ୍ୟୟନ କରିବାକୁ ସ୍କୁଲ,କଲେଜ କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସିବା ପାଇଁ ନାନାଦି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଖାଲଖମାରେ ଭର୍ତି ଏହି ରାସ୍ତାଟି ଅତି ସଂକୀର୍ଣ୍ଣ ଥିବାରୁ ସାଇକେଲଟିଏ ମଧ୍ୟ ସୁବିଧା ଭାବେ ଯାଆଆସ କରିପାରିନଥାଏ ।
ବର୍ତମାନ ବର୍ଷାଦିନ ହୋଇଥିବାରୁ ଏହି ରାସ୍ତା ଦେଇ ଯିବା ଆଦୌ ସମ୍ଭବପର ହୋଇପାରୁ ନାହିଁ । ରାସ୍ତା ସାରା କାଦୁଅ ପଚପଚ । ଏପରି ଅବସ୍ଥାରେ ଖାଲିପାଦରେ ଯିବା ମଧ୍ୟ ସମ୍ଭବପର ନୁହେଁ । ରାତିରେ ଏହି ରାସ୍ତାରେ ଯିବା ଅର୍ଥ ମରଣକୁ ଡ଼ାକିବା । ଏହି ପରି ଅବସ୍ଥାରେ ଗାଁ ଲୋକମାନେ ଯାଆଆସ କରୁଛନ୍ତି । ସବୁ ସାହିକୁ କଂ୍କ୍ରିଟ ରାସ୍ତା ହେଉଛି ବୋଲି ସରକାର ଡ଼ିଣ୍ଡିମ ପିଟୁଥିବା ବେଳେ ମଙ୍ଗୁଲି ଗାଁ ଅର୍ନ୍ତଗତ ପତି ସାହି ରାସ୍ତାରେ ମୋରମ ମୁଠାଏ ପଡ଼ିପାରୁନାହିଁ । ରାସ୍ତା ସମସ୍ୟାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଠାରେ ଅଭିଯୋଗ ହେବା ପରେ ଗତ ମାସରେ ପଂଚାୟତ କନିଷ୍ଠ ଯନ୍ତ୍ରୀ ଉକ୍ତ ସ୍ଥାନକୁ ଆସି ସ୍ଥିତି ଆକଳନ କରି ଫେରିଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ସୁଫଳ ମିଳି ପାରିନଥିବାରୁ ଗ୍ରାମବାସୀ ରାସ୍ତା ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ,ବିଧାୟକ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO