ପୁରୀର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ସଂଗଠନ ସୁଲେଖା ସାହିତ୍ୟ ସଂସ୍କୃତି ପରିଷଦ ତରଫରୁ ସ୍ୱାଧୀନତା ଦିବସ ଆଲୋଚନା ଓ କବିତା ପାଠ ଭକ୍ତ ସାଲବେଗ ସମାଧିପୀଠ ପରିଷରରେ ଅନୁଷ୍ଠାନର ସଭାପତି ସଦାଶିବ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |କବି ଶିବ ସୁନ୍ଦର ମିଶ୍ରଙ୍କ ସଂଯୋଜନାରେ ଆଲୋଚନା ଚକ୍ରରେ ଅତିଥି ଭାବେ ଭାରତ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ଓ ସଂସ୍କୃତି (ଉତ୍ତର )ର ଅବସର ପ୍ରାପ୍ତ ନିର୍ଦ୍ଧେଶକ ବିଶିଷ୍ଟ କବି ମାନସରଞ୍ଜନ ମହାପାତ୍ର, ଶ୍ରୀକ୍ଷେତ୍ର ଲେଖକ ସମ୍ମୁଖ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ରଥ, ଅବସର ପ୍ରାପ୍ତ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବିଜୟଲକ୍ଷ୍ମୀ ଦାଶ, ଶ୍ରୀକ୍ଷେତ୍ର ସାହିତ୍ୟ ସାଂସଦ ସମ୍ପାଦକ ରବୀନ୍ଦ୍ର କୁମାର ପଟ୍ଟନାୟକ, କବିୟତ୍ରୀ ଶୈଳବାଳା ମହାପାତ୍ର, କ୍ରିଷ୍ଣା ମହାପାତ୍ର, ଅର୍ଣ୍ଣପୂର୍ଣ୍ଣାଦେବୀ, କବି ସୁରେଶ ପଟ୍ଟନାୟକ ଓ ଶ୍ୟାମ ପ୍ରକାଶ ସେନାପତି ଅଂଶ ଗ୍ରହଣ କରି କହିଥିଲେ ମାତୃଭୂମି ଓ ମାତୃଭାଷା ସମସ୍ତଙ୍କ ପାଇଁ ବନ୍ଦନୀୟ |ରାଷ୍ଟ୍ରର ସ୍ୱାଧୀନତା ଦିବସ ଅବିସ୍ମରଣୀୟ ଦିବସ |
ଦେଶର ସ୍ୱାଧୀନତା ଲାଭ ପାଇଁ ଯେଉଁ ମାନଙ୍କ ଅବଦାନ, ସେମାନେ ଆମର ପରମପୂଜ୍ୟ, ବନ୍ଦନୀୟ, ସେମାନଙ୍କ କର୍ମ, ଆଦର୍ଶ ଓ ତ୍ୟାଗ ଯୋଗୁଁ ଆମେ ଆଜି ନିଜକୁ ସ୍ୱାଧୀନ ଦେଶର ସନ୍ତାନ ଭାବେ ଗୌରବ ଅନୁଭବ କରୁ |ଦେଶର ପ୍ରତ୍ୟେକ ନାଗରିକ ନିଜ ଜୀବନ କାଳରେ ଦେଶ ଓ ଜାତିର ଗୌରବ ଓ ଟେକ ରକ୍ଷା ପାଇଁ କିଛି ତ୍ୟାଗ କରିପାରିଲେ ଆମ ଦେଶ ଭାରତ ପୃଥିବୀରେ ଅଧିକ ଗୌରଵାନୀତ ହୋଇପାରିବ ବୋଲି ମତ ଦେଇଥିଲେ |ଶେଷରେ ଅନ୍ନପୂର୍ଣ୍ଣା ଦେବୀ ଧନ୍ୟବାଦ ଦେଇଥିଲେ |