
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଳବହାଦୁର ଷ୍ଟାଡିଅମ ଠାରେ 75ତମ. ସ୍ୱାଧୀନତା ଦିବସ ପାଳିତ ଭବାନୀପାଟଣା.15ଅଗଷ୍ଟ. ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଳବହାଦୁର ଷ୍ଟାଡିଅମ ଠାରେ 75ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି. ଏହି ଉତ୍ସବରେ ମନ୍ତୀ ନବକିଶୋର ଦାସ. ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାର ପତାକା ଉତ୍ତାଳନ କରିଥିଲେ. ଏହି ଅବସରରେ ମନ୍ତ୍ରୀ ଜିଲ୍ଲା ବାସୀଙ୍କୁ ବିଭିନ୍ୟ ପ୍ରଗତି କାର୍ଯ୍ୟ କ୍ରମ ବିଷୟରେ ଉଦବୋଦନ ଦେଇଥିଲେ. ସ୍ୱାସ୍ଥ୍ୟ ପାଇଁ ଧର୍ମଗଡ଼ ଠାରେ ମାତୃ ଶିଶୁ ହସ୍ପିଟାଲ କଂପ୍ଲେକ୍ସ ପ୍ରତିଷ୍ଠା.
ଗୋଲାମୁଣ୍ଡା ଠାରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର. ମହାଳିଙ୍ଗ ଠାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଇତ୍ୟାଦି.କୋବିଡ ଯୋଦ୍ଧା ମାନଙ୍କୁ ପ୍ରଶଂସା. ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଅଙ୍ଗନବାଡି କର୍ମୀ ଆଶା ତଥା ଡାକ୍ତର ମାନଙ୍କ ଅକ୍ଲାନ୍ତ ପରିଶ୍ରମ କୁ ଧନ୍ୟବାଦ ପ୍ରଶଂସା କରିଥିଲେ ଓ ମେଧାବୀ ଛାତ୍ର ଛାତ୍ରୀ.ଖେଳାଳି ମାନଙୁ ସଂମ୍ମାନିତ କରିଥିଲେ. ସରକାର ଙ୍କ 5ଟି କାର୍ଯ୍ୟ କ୍ରମ କୁ ସଫଳ କରିବାକୁ କହିଥିଲେ. ସମସ୍ତେ କୋବିଡ ନିୟମ କୁ ପାଳନ କରି ତୃତୀୟ ଲହର କୁ ମୁକାବିଲା କରିବାକୁ ପରାମର୍ଶ କରିଥିଲେ ଓ ଧନ୍ୟବାଦ ଦେଇଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO