
ଭୁବନେଶ୍ୱର – ଜାତୀୟ ପତାକା ମଧ୍ୟରେ ସ୍ଥାନ ପାଇଥିବା ଅଶୋକ ଚକ୍ରର ୨୪ ଅର ୨୪ ଘଣ୍ଟା କୁ ବୁଝାଏ। ତ୍ରିରଙ୍ଗୀ ପତାକାର ଆଦ୍ୟ ରଙ୍ଗ କେଶରୀ ସାହସ ଓ ତ୍ୟାଗର ପ୍ରତୀକ । ପତାକାର ମଧ୍ୟରେ ଧଳା ରଙ୍ଗ ଶିକ୍ଷା ଦିଏ ସତ୍ୟ , ପବିତ୍ରତା ଓ ଶାନ୍ତି। ଶେଷରେ ସବୁଜ ରଙ୍ଗ ବିଶ୍ୱାସ ସବୁଜିମା ଓ ସମୃଦ୍ଧିର ପ୍ରତୀକ । ପତାକାର ମଧ୍ୟରେ ଥିବା ଅଶୋକ ଚକ୍ରର ରଙ୍ଗ ଗାଢ଼ ନୀଳ ରଙ୍ଗ ଦେଶର ଅଗ୍ରଗତି ଉଦାରତା ଓ ବିଶ୍ୱାସର ପ୍ରତୀକ । ଏହି ଜାତୀୟ ପତାକାର ରୂପରେଖ କରିଥିଲେ ପିଙ୍ଗଳି ବେଙ୍କଯ୍ୟ। ତିନ ଅନୁପାତ ଦୁଇ ଲମ୍ବ ଓ ଓସାର ଖଦି କପଡ଼ାରେ ରେ ନିର୍ମିତ ହୋଇଥାଏ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ।
ଭୁବନେଶ୍ୱର କଟକ ଟ୍ଵିନ ସିଟିର ଥିଙ୍କର୍ସ କ୍ଲବ୍ ର ଅଷ୍ଟମ ଆଭାସି ଆଲୋଚନା ବେଙ୍ଗାଳୁରୁ ଓଡ଼ିଆ ସାହିତ୍ୟ ସମାଜ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।ଅବସର ପ୍ରାପ୍ତ ଅଧ୍ୟାପିକା ଡ଼ଃ ସୋମା ଚାନ୍ଦ ଓ ଅଧ୍ୟାପକ ଅମିୟ କୁମାର ରଥ ବକ୍ତା ଭାବେ ଯୋଗଦାନ କରିଥିଲେ। ଥିଙ୍କର୍ସ କ୍ଲବ୍ ର ସଭାପତି ବରଦା ପ୍ରସନ୍ନ ଦାସ କଂ ସଂଯୋଜନାରେ ଅନୁଷ୍ଠିତ ଆଲୋଚନାରେ ବେଙ୍ଗାଳୁରୁ ଓଡ଼ିଆ ସାହିତ୍ୟ ସମାଜର ଅଦ୍ଧକ୍ଷ କାର୍ତିକ ସ୍ୱାଇଁ , ତାପସ ରiଜ ମହାରଣା ଓ ଶ୍ରୀମତୀ ବିଶ୍ୱଭାରତୀ ଗୋସ୍ୱାମୀ ଦiଶ ଭାରତର ସ୍ବାଧୀନତା ଓ ଜାତୀୟ ପତାକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅiସiମରୁ ଇଂ ସଂତାପ ଜେନା ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଜାପାନରୁ କୁନା ଦାସ , ଟିଟିଲାଗଡ଼ରୁ ଡ଼ ଶିବ ବେହେରା, ଅଧ୍ୟପିକା ଡ଼ଃ ମାଂଗଳିକା ମହାପାତ୍ର , ଅଧ୍ୟପକ ଲକ୍ଷ୍ମୀଧର ଭୋଳା, ଇଂ ନନ୍ଦନନ୍ଦନ
ଦାସ ଆଦି ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO