
ରାଉରକେଲା, ରାଉରକେଲା ପୁଲିସ ବିରୋଧରେ ପୁଣି ସଙ୍ଗୀନ ଅଭିଯୋଗ । ଅଭିଯୋଗ ଆସିଛି ପ୍ଲାଟଂସାଇଡ ଥାନା ବିରୋଧରେ । ପାରିବାରିକ ସମସ୍ୟାର ସମାଧାନ ଲାଗି ଗତକାଲି ଥାନାକୁ ଯାଇ ସେଠାରେ ପୁଲିସ ଦ୍ୱାରା ଅକଥନୀୟ ଅତ୍ୟାଚାରର ଶିକାର ହେବା ପରେ ଶେଷରେ ଆତ୍ମହତ୍ୟା କରିଛନ୍ତି ଏହି ଥାନା ଅଧିନରେ ଥିବା ଏକ ବସ୍ତିରେ ରହୁଥିବା ଜଣେ ଯୁବକ । ମୃତକଙ୍କ ନାମ ବିକାଶ ମୁଖୀ , କୌଣସି କାରଣରୁ ପତ୍ନୀଙ୍କ ସହ ତାଙ୍କର ମନମାଳିନ୍ୟ ହେବାରୁ ତାଙ୍କ ପତ୍ନୀ ଘର ଛାଡି ନିଜ ବାପ ଘରକୁ ଚାଲିଯାଇଥିଲେ । ତେବେ ଏହାର ସମାଧାନ ଲାଗି ସ୍ୱର୍ଗତ ବିକାଶ ଗତକାଲି ନିଜ ଶ୍ୱଶୁର ଘରକୁ ଯାଇ ଫେରି ପ୍ଲାଟଂ ସାଇଡ୍ ଥାନାକୁ ଯାଇଥିଲେ । ତେବେ ସେଠାରେ ସମସ୍ୟାର ସମାଧାନ ପରିବର୍ତେ ତାଙ୍କୁ ନିସ୍ତୁକ ପିଟିଥିଲା ପୋଲିସ । ମୃତ୍ୟୁ ପୂର୍ବରୁ ଏ ସମ୍ପର୍କରେ ସେ ଏକ ଭିଡ଼ିଓ କ୍ଲିପ୍ ଜାରୀ କରିଛନ୍ତି ।
ଏନେଇ ପୁଲିସ କହିଛି ପୋଷ୍ଟମର୍ଟମ ପରେ ସବୁ ଜଣାପଡିବ । ତେବେ ଏହି ଖବର ସହରରେ ପ୍ରଚାର ହେବା ପରେ ପୁଲିସର ଅତ୍ୟାଚାର ଓ ମନମାନିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । ଅନ୍ୟପକ୍ଷରେ ଏହି ମାମଲା ଏତେ ବାଟ ଗଲା ଯେ, ଜଣେ ଜୀବନ ହାରିଲେ ଏ ସମ୍ପର୍କରେ ଏରିଆ ଡିଏସପି କେମିତି କିଛି ଜାଣି ପାରିଲେନି ବୋଲି ପୁରାତନ ପୁଲିସି ଅଫିସର ମାନେ ପ୍ରଶ୍ନ କରିଛନ୍ତି । ସାଧାରଣ ଘଟଣାରେ ପୁଲିସ ଅଭିଯୋଗ ପାଇ ଲୋକଙ୍କୁ ଧରିନେଇ କୋର୍ଟକୁ ଚାଲାଣ କରିଦେଉଛି, ତେବେ ପୁଲିସ ବିରୋଧରେ ଆସିଥିବା ଅଭିଯୋଗ ନେଇ ସେଭିଭଳି ତତ୍ପରତା ପୁଲିସ ପ୍ରକାଶ ନକରିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି । ରାଉରକେଲାରେ ପୁଲିସ ବ୍ୟବସ୍ଥାକୁ ନେଇ ଗତ କିଛି ଦିନ ଧରି ନାନା ଅଭିଯୋଗ ଆସିବାରେ ଲାଗିଛି, ଫଳରେ ସାଧାରଣ ମଣିଷ ଏଠି ନ୍ୟାୟ ପାଇବା କଷ୍ଟକର ବ୍ୟାପାର ହେଉଛି, ରାଜ୍ୟ ପୁଲିସ ମୁଖିଆ ଏନେଇ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO