
ବେଲଗୁଣ୍ଠା, ବିଭିନ୍ନ ସ୍ଥାନରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତୀ ଗୁଡି଼କ ଅବହେଳିତ ହୋଇ ପଡ଼ି ରହିବା ସହିତ ନଷ୍ଟ ମଧ୍ୟ ହୋଇଯାଉଛି I ଏହାକୁ ଦୃଷ୍ଟିରେ ରଖି ମହାପୁରୁଷଙ୍କ ପ୍ରତିମୂର୍ତ୍ତୀକୁ ସୁରକ୍ଷା ଯୋଗାଇଦେବା ପାଇଁ ବ୍ରହ୍ମପୁର 2 ଓଡ଼ିଶା ବିଏନ୍ ଏନସିସି ଆଗକୁ ଆସିଛି I ଆଜି ଏହି ଅନୁଷ୍ଠାନ ବେଲଗୁଣ୍ଠା କଲ୍ୟାଣ ମଣ୍ଡପ ସ୍ଥିତ ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତୀକୁ ପୋଷ୍ୟଭାବେ ଗ୍ରହଣ କରିବା ସହିତ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଜ ହାତକୁ ନେଇଛି I
ଏହି ଅବସରରେ ଆଜି ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ 2 ଓଡ଼ିଶା ବାଟାଲିଅନ ଏନସିସିର ହାବିଲଦାର ରାଜେନ୍ଦ୍ର ସିଂ ଏବଂ ବିଜୟ ମଲ୍ଲ ଯୋଗ ଦେଇଥିଲେ I ମୁଖ୍ୟ ବକ୍ତା ଭାବେ ବିଡିପୁର ଟିଏସଡି ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଭାକର ଶତପଥୀ ଯୋଗ ଦେଇ ମହାପୁରୁଷ ମାନଙ୍କ ପ୍ରତିଟି ସ୍ମୃତିକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ପ୍ରକାଶ କରିଥିଲେ I ସେହିପରି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ଟିଏସଡି ମହାବିଦ୍ୟାଳୟ ଉପାଧ୍ୟକ୍ଷ ପ୍ରଫେସର୍ ବିପିନ୍ ବିହାରୀ ପାଢୀ, ଡିଇଓ ବାଳକୃଷ୍ଣ ସାମଲ, ଏଏନ୍ଓ ଦୀପକ କୁମାର ନାୟକ ଏବଂ ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ଏଏନ୍ଓ ସୁମନ୍ତ ସେଠୀ ପ୍ରମୁଖ ଯୋଗ ଦେଇ ଏନସିସିର ଏହିଭଳି ଏକ ନିଆରା କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ I
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO