
ଏହି ଅବସରରେ ଆଜି ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ 2 ଓଡ଼ିଶା ବାଟାଲିଅନ ଏନସିସିର ହାବିଲଦାର ରାଜେନ୍ଦ୍ର ସିଂ ଏବଂ ବିଜୟ ମଲ୍ଲ ଯୋଗ ଦେଇଥିଲେ I ମୁଖ୍ୟ ବକ୍ତା ଭାବେ ବିଡିପୁର ଟିଏସଡି ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଭାକର ଶତପଥୀ ଯୋଗ ଦେଇ ମହାପୁରୁଷ ମାନଙ୍କ ପ୍ରତିଟି ସ୍ମୃତିକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ପ୍ରକାଶ କରିଥିଲେ I ସେହିପରି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ଟିଏସଡି ମହାବିଦ୍ୟାଳୟ ଉପାଧ୍ୟକ୍ଷ ପ୍ରଫେସର୍ ବିପିନ୍ ବିହାରୀ ପାଢୀ, ଡିଇଓ ବାଳକୃଷ୍ଣ ସାମଲ, ଏଏନ୍ଓ ଦୀପକ କୁମାର ନାୟକ ଏବଂ ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ଏଏନ୍ଓ ସୁମନ୍ତ ସେଠୀ ପ୍ରମୁଖ ଯୋଗ ଦେଇ ଏନସିସିର ଏହିଭଳି ଏକ ନିଆରା କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ I
ରିପୋର୍ଟ-ଶିବରାମ ଚୌଧୁରୀ