
ଭଦ୍ରକ, ପଡୋଶୀ ବାଲେଶ୍ବର ଜିଲ୍ଲାର ଜଳେଶ୍ୱରରୁ ଚୋରା ଚାଲାଣ ହୋଇ ଆସୁଥିବା ଧଳା ଜହର ରୂପୀ ବ୍ରାଉନସୁଗରକୁ କୌଶଳକରି ଯେତେ ଧରୁଥିଲେବି ତାହା ଥମିବାର ନାଁ ଗନ୍ଧ ଧରୁ ନାହିଁ।ଗତ ମାସକ ମଧ୍ୟରେ ପୋଲିସ ପ୍ରାୟ କୋଟିଏରୁ ଉର୍ଦ୍ଧ୍ବ ମୂଲ୍ୟର ଏହି ବ୍ରାଉନସୁଗର ଧରିଥିବା ବେଳେ ଗତକାଲି ରାତି ପ୍ରାୟ ୨.୩୦ରେ ସାବରଙ୍ଗ ଥାନା ପୋଲିସ ଇଚ୍ଛାପୁର-ଭଟତିରା ରେଲୱେ ଲେବୁଲ କ୍ରସିଂ ନିକଟରେ ଜଳେଶ୍ୱରରୁ ୭୦ଗ୍ରାମ(୭ଲକ୍ଷ ଟଙ୍କା)ର ବ୍ରାଉନସୁଗରକୁ ଏକ ଧଳା ରଙ୍ଗର ବଜାଜ ଡିସ୍କଭର ବାଇକରେ ନେଇ ଆସୁଥିବା ଚରମ୍ପା ପଥରଡିହି ଗ୍ରାମର ବାବାଜୀ ଦାସଙ୍କ ପୁଅ ଅଭୟ(୩୫) ଓ ଗଂଜାମ ଜିଲ୍ଲାର ବୈଦ୍ୟନାଥପୁର ଥାନା ଲାଞ୍ଜିପାଲି ଗ୍ରାମ ଇନ୍ଦିରା ନଗର ସେକେଣ୍ଡ ଲେନ ନିଵାସୀ ସ୍ୱର୍ଗତ ସର୍ବେଶ୍ୱର ଆଚାର୍ଯ୍ୟଙ୍କ ପୁତ୍ର ସତ୍ୟନାରାୟଣ(୨୯)କୁ ଗିରଫ କରି ଉପରୋକ୍ତ ବ୍ରାଉନସୁଗର, ବାଇକ,୨ଟି ମୋବାଇଲ ସହ ୪ସହ ଟଙ୍କା ଜବତ କରିଛି।ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO