
କେନ୍ଦ୍ରାପଡ଼ା, ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ରାଜକନିକା ଭାରିଗଦାରେ ଗତକାଲି ସଂଗଠିତ ଭଙ୍ଗାରୁଜା ଘଟଣାରେ ୨୪ ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ୨୪ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏମ୍. ସନ୍ଦୀପ ସମ୍ପଦ । ସେହିପରି ଦୁଇ ଦିନ ମଧ୍ୟରେ ପୋଲିସ ଉପସ୍ଥିତିରେ ପୁଣି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ପକ୍ଷରୁ ଆନ୍ଦୋଳନ ଜାରୀ ରହିଥିବା ବେଳେ ରାଜକନିକା ବ୍ଲକର ଭାରିଗଦା ଠାରେ ଗତକାଲି ପୋଲିସ ଓ ପ୍ରକଳ୍ପ ବିରୋଧୀ ମୁହାଁମୁହିଁ ହୋଇଥିଲେ ।ପ୍ରକାଶ ଥାଉକି, ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ରାଜକନିକା ବ୍ଲକର ବାଳକାଟି, ବରୁଣାଡ଼ିହା ଓ ଭାରିଗଦା ପଚାଂୟତରେ ୧୦ ତାରିଖ ସକାଳ ଠାରୁ ୧୪୪ ଧାରା ବଳବତର ରହିଛି । ପ୍ରକଳ୍ପ ସ୍ଥଳକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇଛି । ଏହା ସତ୍ୱେ ଗତକାଲି ବହୁ ସଂଖ୍ୟାରେ ଆନ୍ଦୋଳନକାରୀ ସେଠାରେ ଏକାଠି ହୋଇ ଆଗକୁ ବଢିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO