
ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟର ଯୁବ ରେଡକ୍ରସ ତରଫରୁ ଆନ୍ତର୍ଜାତିୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ମାଲକାନଗିର ଜିଲ୍ଲା ଯୁବ ରେଡକ୍ରସର ଆବାହକ ତଥା ସମ୍ପାଦକ ଡଃ ରଞ୍ଜନ କୁମାର ସ୍ବାଇଁ ସଭାପତିତ୍ୱ କରିଥିବା ବେଳେ ଅତିଥି ରୂପେ ପ୍ରେମରେଖା ଭତ୍ରା ଯୋଗଦେଇ ଆଜିର ଦିବସ ମହତ୍ତ୍ବ ଉପରେ ଗୁଣଗାନ କରିଥିଲେ । ଏହି ସଭାରେ ମୂଖ୍ୟ ବକ୍ତା ରୂପେ ଅଧ୍ୟାପକ ଟୁ କୁନା ପ୍ରସାଦ ବଡୁ ସ୍ବାମୀ ବିବେକାନନ୍ଦଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ ।
ଅନ୍ୟତମ ଅତିଥି ରୂପେ ଅଧ୍ୟାପିକା ଲକ୍ଷ୍ମୀ କୁଜୁର ଯୋଗଦାନ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ୨୫ ରୁ ଉର୍ଦ୍ଧ ଯୁବ ରେଡ଼କ୍ରସର ସ୍ୱେଚ୍ଛାସେବୀ ମାନେଯୋଗଦେଇ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇଥିଲେ! କାର୍ଯ୍ୟକ୍ରମ ରେ ଅଧ୍ୟାପକ ପ୍ରମିୟ କୁମାର ମହାନ୍ତି , ଅଧ୍ୟାପକ ସୁଶାନ୍ତ ମାଝା , ଅଧ୍ୟାପକ ପ୍ରଦୀପ ଓରାମ , ତପନ କୁମାର ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ପରିଶେଷରେ ଅଧ୍ୟାପକ ଗୌତମ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।