
ମାଲକାନଗିରି, ମାଲକାନଗିରି ଜିଲ୍ଲାର ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଆଜି ମାଲକାନଗିରି ଜିଲ୍ଲାପାଳ ଙ୍କ ଜରିଆରେ ସମସ୍ତ ପ୍ରାଥମିକ ଓ ଉଚପ୍ରାଥମିକ ବିଧ୍ୟାଳୟ ଖୋଲାଯିବା ନିମନ୍ତେ ଏକ ଦାବୀପ୍ରଦାନ କରିଛନ୍ତି! ଦାବିଗୁଡିକ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ଅନେକ ସ୍ଥାନରେ ନେଟୱାର୍କ ନାହିଁ ଏଥି ସହ ସମସ୍ତ ଛାତ୍ର ଛାତ୍ରୀ ମାନେ ମୋବା ଇଲ କିଣିବାକୁ ସମ୍ଭବ ନାହିଁ କାରଣ ଅଧିକାଂଶ ଅଭିଭାବକ ମାନେ ଦିନମଜୁରିଆ ଦୈନିକ କୁଳିକଲେ ପରିବାର ପେଟପାଟଣା ଚାଲେ ଏପରି ସ୍ଥଳେ ଗତ କରୋନା ମହାମାରୀ ଠାରୁ ସ୍କୁଲ ବନ୍ଧ ହୋ ଇଯାଇଛି!
ସରକାର ଅନଲାଇନ ରେ ପାଠପଡ଼ିବାକୁ ନିର୍ଦେଶ ଦେଇଛନ୍ତି,ଏଥି ସହ 14 ହଜାର ରୁ ଉର୍ଧ୍ଵ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ କୁ ଉଠାଇନେବାକୁ ଘୋଷଣା କରିଛନ୍ତି,ଏହାକୁ ବିରୋଧ କରି ବିଭିନ୍ନ ଗ୍ରାମବାସୀ ସରକାର ଙ୍କ ଏଭଳି ନୀତି ବିରୁଦ୍ଧରେ ହାଇକୋର୍ଟ ରେ ଆବେଦନ କରିବା ପରେ ହାଇକୋର୍ଟ ସରକାରଙ୍କ ଆଦେଶ କୁ ଖାରଜ କରିଦେଲେ, ତଥାପି ସରକାର ହାଇକୋର୍ଟ ନିର୍ଦେଶ ବିରୋଧରେ ଡିଭିଜନ ବେଞ୍ଚରେ ଅପିଲ କରିଛନ୍ତି ଯାହା ସରକାରଙ୍କ ଶିକ୍ଷା ନୀତିକୁ ପଦାରେ ପକାଇଦେଇଛି! ଶ୍ରେଣୀ ଗୃହ ଶିକ୍ଷା ଦିଗରେ ସରକାରଙ୍କ ଏଭଳି କାଳ କ୍ଷେପଣ ନିତି ଯଦିରେହେ, ତାହା ହେଲେ ମାଲକାନଗିରି ଜିଲ୍ଲାର ଆଦିବାସୀ ବହୁଳ ଛାତ୍ର ଛାତ୍ରୀ ମାନେ ପାଠ ଛାଡିବକୁ ବାଧ୍ୟ ହେବା ସହ ସମସ୍ୟା ଅତ୍ୟନ୍ତ ଉତ୍କଟ ହେବ ଏଂବ ଶିକ୍ଷା ପାଇବା ସାମ୍ବିଧାନିକ ଅଧିକାର ଆମ ପାଇଁ କେବଳ ସ୍ବପ୍ନ ରେ ରହିଯିବ! ଏଣୁ ମୁଖ୍ୟମନ୍ତ୍ରୀ ଏଥିପ୍ରତି ଗୁରୁତ୍ୱ ଦେବା ସହ ସ୍କୁଲ ଗୁଡିକୁ ଯଥାଶୀଘ୍ର ଖୋଲିବାକୁ ଦାବୀକରଛନ୍ତି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO