
ମାଲକାନଗିରି, ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ପୋଲିସକୁ ମିଳିଛିଏକ ବଡ ସଫଳତା!284 କେଜି ଗଞ୍ଜେଇ ସହ ଜଣେ ଯୁବକକୁ ଗିରଫ କରିଛନ୍ତି!ମିଳିଥିବା ସୂଚନା ମୁତାବକ ଗତକାଲି କୁଡୁମୁଲୁଗୁମା ଫାଣ୍ଡି ଅଧିକାରୀ ଗିରିସ ଚନ୍ଦ୍ର ମହାରଣା ଓ ତାଙ୍କ ଟିମ୍ ମିଶି ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ଟାଟା ସଫାରି ଗାଡି ଆସୁଥିବା ଦେଖି ପାଣିଘାଟା ଛକ ନିକଟରେ ଅଟକାଇ ଯାଞ୍ଚ କରିଥିଲେ!ଯାଞ୍ଚ ସମୟରେ ଗାଡ଼ିରେ ଗଞ୍ଜେଇ ଥିବା ଦେଖି ଗାଡିଟି କୁ ଜବତ କରିଥିଲେ।
ଗାଡିଟି ଛତିଶଗଡ଼ ର ନମ୍ବର ହୋଇଥିବା ବେଳେ ଗାଡ଼ିରେ 284 କେଜି 400 ଗ୍ରାମ ଗଞ୍ଜେଇ ଥିବାର ଜଣାପଡିଛି। ମୁଖ୍ୟ ଅଭିଯୁକ୍ତ ପୁଟୁଗାଁ ର ଲକ୍ଷଣ ଖିଲ ହୋଇଥିବା ବେଳେ, ଡ୍ରାଇଭର ହେଲପ ର ପୁଲିସ କୁ ଦେଖି ଚମ୍ପଟ ମାରି ଫେରାର ହୋଇଯାଇଥିଲେ! ଗଞ୍ଜେଇ ଚୋରା ଚାଲାଣରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଫେରାର ଅଭିଯୁକ୍ତ ଙ୍କୁ ଧରିବାପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ଫାଣ୍ଡି ଅଧିକାରୀ ଶ୍ରୀ ମହାରଣା ସୂଚନା ଦେଇଛନ୍ତି !
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO