ଭୁବନେଶ୍ୱର – ଖରିଫ୍ ବିପଣନ ଋତୁ ୨୦୧୯-୨୦ ବର୍ଷରେ ଧାନ ସଂଗ୍ରହ କାର୍ଯ୍ୟକୁ ଅନ୍ଲାଇନ୍ ମାଧ୍ୟମରେ ସ୍ୱଚ୍ଛ ଏବଂ ଅଧିକ ଫଳପ୍ରଦ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି, ଯେପରି ପଂଜୀକୃତ କୃଷକମାନେ ସୁବିଧାରେ ସେମାନଙ୍କର ଧାନକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରିକରି ପାରିବେ । ଧାନ ସଂଗ୍ରହ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀଙ୍କ ୫ “ଟି’କୁ କଡ଼ାକଡ଼ି ଭାବରେ ପାଳନ କରାଯିବ । ଏହା ଦ୍ୱାରା କ୍ଷୁଦ୍ର ଓ ନାମମାତ୍ର, ପ୍ରକୃତ ଓ ଭାଗ·ଷୀମାନେ ବହୁଳ ଭାବରେ ଉପକୃତ ହେବେ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଗୁରୁବାର ଲୋକସେବା ଭବନଠାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଧାନ ସଂଗ୍ରହ କାର୍ଯ୍ୟରେ ପୂର୍ଣ୍ଣ ସ୍ୱଚ୍ଛତା ଅଣାଯିବ ଓ ପ୍ରକୃତ ·ଷୀଙ୍କଠାରୁ ଅନ୍ଲାଇନ୍ ମାଧ୍ୟମରେ ଧାନ ସଂଗ୍ରହ କରାଯିବ । ଏଥିପାଇଁ ପି-ପାସ୍ ବ୍ୟବସ୍ଥାରେ ସଦ୍ୟତମ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରାଯାଇଛି । ସେହିପରି ମିଲରମାନଙ୍କ ପକ୍ଷରୁ ଧାର୍ଯ୍ୟ ସମୟ ମଧ୍ୟରେ ସଂଗୃହୀତ ଧାନକୁ ·ଉଳ କରି ରାଜ୍ୟ ସରକାରଙ୍କ ହସ୍ତାନ୍ତର କରିବା ପାଇଁ କୁହାଯାଇଛି ଯେପରି ସାଧାରଣ ବଂଟନ ବ୍ୟବସ୍ଥାରେ ଠିକ୍ ସମୟରେ ·ଉଳ ଉପଲବ୍ଧି ହୋଇପାରିବ ।
ଯେଉଁସବୁ ଜିଲ୍ଲାରେ ଶୀଘ୍ର ଧାନ ଅମଳ କରାଯାଉଛି ସେହିସବୁ ଜିଲ୍ଲାଗୁଡ଼ିକରେ ନଭେମ୍ବର ୧ରୁ ୧୫ ତାରିଖ ମଧ୍ୟରେ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯିବ । ସେହିପରି ବିଳମ୍ବରେ ଧାନ ଅମଳ ହେଉଥିବା ଜିଲ୍ଲାଗୁଡ଼ିକରେ ନଭେମ୍ବର ୧୬ରୁ ୩୦ ତାରିଖ ମଧ୍ୟରେ ଏହି କାର୍ଯ୍ୟ ଆରମ୍ଭ କରାଯିବ । ଏଥି ନିମନ୍ତେ ସଂପୃକ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ବୈଠକ କରାଯାଇ ଉପରୋକ୍ତ ଅବଧି ମଧ୍ୟରେ ଧାନ ସଂଗ୍ରହର ତାରିଖ ଓ ଧାନ ସଂଗ୍ରହ କେନ୍ଦ୍ରର ତାଲିକା ଓ ସ୍ଥାନ ଚୂଡ଼ାନ୍ତ କରାଯିବ । ଧାନ କିଣାଯିବାର ୨୪ରୁ ୪୮ ଘଂଟା ମଧ୍ୟରେ·ଷୀମାନଙ୍କ ବ୍ୟାଙ୍କ ଆକାଉଂଟକୁ ସିଧାସଳଖ ଅର୍ଥ ହସ୍ତାନ୍ତର କରାଯିବ । ଖରିଫ ଧାନ ସଂଗ୍ରହ କାର୍ଯ୍ୟ ମାର୍ଚ୍ଚ୨୦୨୦ ମସିହା ସୁଦ୍ଧା ଶେଷ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କଷ୍ଟମ ମିଲରମାନଙ୍କ ତାଲିକା ଚୂଡ଼ାନ୍ତ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଏଥି ନିମନ୍ତେ ମିଲରମାନଙ୍କ ପାଇଁ ପୂର୍ବ ବର୍ଷର ଶତପ୍ରତିଶତ ·ଉଳ ଧାର୍ଯ୍ୟ ସମୟ ମଧ୍ୟରେ ଯୋଗାଇ ଦେବା ପାଇଁ ସର୍ତ ରଖାଯାଇଛି ।
ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ନିମନ୍ତେ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋÂୀମାନଙ୍କୁ ଗୁରୁତ୍ୱ ପ୍ରଦାନ କରୁଥିବା ପରିପ୍ରେକ୍ଷୀରେ ପ୍ରାଥମିକ କୃଷି ସମବାୟ ସମିତି ସମେତ ମହିଳା ସ୍ୱୟଂ ସହାୟକ ଗୋÂୀ ମାଧ୍ୟମରେ ମଧ୍ୟ ଧାନ ସଂଗ୍ରହ କରାଯିବ । ଚଳିତ ବର୍ଷ ବରଗଡ଼, ଭଦ୍ରକ, ବଲାଙ୍ଗୀର, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଆଦି ୯ଟି ଜିଲ୍ଲାର ୧୫୦ଟି ମହିଳା ସ୍ୱୟଂ ସହାୟକ ଗୋÂୀ ମାଧ୍ୟମରେ ଖରିଫ୍ ଧାନ ସଂଗ୍ରହ କାର୍ଯ୍ୟ କରାଯିବ । ଏଥି ନିମନ୍ତେ ଜିଲ୍ଲାପାଳଙ୍କ ସ୍ତରରେ ମହିଳା ସ୍ୱୟଂ ସହାୟକ ଗୋÂୀମାନଙ୍କୁ ଅନ୍ଲାଇନ୍ ମାଧ୍ୟମରେ ଧାନ ସଂଗ୍ରହ ବିଷୟରେ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏଥିରେ ପି-ପାସ୍ର ନବୀକୃତ ସଫ୍ଟୱେୟାର, ଧାନର ଏଫ୍ଏକୁ୍ୟ ମାନ, ସରକାର ଦେଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ, ରେକର୍ଡ ଏବଂ ରେଜିଷ୍ଟର ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି । ଇତି ମଧ୍ୟରେ ଭଦ୍ରକ, କଳାହାଣ୍ଡି, କୋରାପୁଟ, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋÂୀଙ୍କ ପ୍ରଶିକ୍ଷଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି ବୋଲି ବୈଠକରେ ପ୍ରକାଶ ।
ଧାନ ସଂଗ୍ରହ କାର୍ଯ୍ୟରେ କୌଣସି ପ୍ରକାର ଅନିୟମିତତାର ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଅନ୍ଲାଇନ୍ରେ ଧାନ କିଣାଯାଉଥିବାପରିପ୍ରେକ୍ଷୀରେ ଅବିରତ ଇଂଟରନେଟ୍ ବ୍ୟବସ୍ଥା କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଥିଲା । ଏଥି ସହିତ ଧାନ ସଂଗ୍ରହ କେନ୍ଦ୍ରଗୁଡ଼ିକର ଆବଶ୍ୟକୀୟ ମୌଳିକ ସୁବିଧାର ବ୍ୟବସ୍ଥା କରାଯିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି ।
ଧାନ ସଂଗ୍ରହ କାର୍ଯ୍ୟର ତଦାରଖ କରିବା ପାଇଁ ବରିÂ ଅଧିକାରୀମାନେ ଜିଲ୍ଲାଗସ୍ତ କରିବା ସହିତ ଧାନ ସଂଗ୍ରହ କାର୍ଯ୍ୟର ଅଗ୍ରଗତି ସଂପର୍କରେ ନିୟମିତ ସମୀକ୍ଷା କରାଯିବ ।
ଭିଡିଓ କନ୍ଫରେନ୍ସିଂରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ, କୃଷି ଓ ଖାଦ୍ୟ ଉତ୍ପାଦନ ନିଦେ୍ର୍ଧଶକ ଡ. ଏମ୍. ମୁଥୁକୁମାରଙ୍କ ସମେତ ସମବାୟ ସମିତି ସମୂହ ନିବନ୍ଧକ, ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରି·ଳନା ନିଦେ୍ର୍ଧଶକ ଓ ବହୁ ବରିÂ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
December 14, 2024