
ବେଲଗୁଣ୍ଠା, ବର୍ତ୍ତମାନ ସମୟରେ ବିଦ୍ୟୁତ୍ ଦ୍ୱାରା ପ୍ରତ୍ୟେକ କାର୍ଯ୍ୟ ହେଉଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ଏବଂ ଏନ୍ଏସି ବିଦ୍ୟୁତ୍ ବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି I ସୂଚନା ପ୍ରକାରେ ବେଲଗୁଣ୍ଠାର 18 ଟି ବ୍ଳକ୍ ଏବଂ ଏନ୍ଏସିରେ କୌଣସି କାରଣ ନଥାଇ ଦୈନିକ ପାଞ୍ଚରୁ ଛଅ ଘଣ୍ଟା ପର୍ଯ୍ୟନ୍ତ ବିନା ସୂଚନାରେ ବିଦ୍ୟୁତ୍ କାଟ ଲୋକଙ୍କ ମୁଣ୍ଡ ବ୍ୟଥା ବଢାଇ ଦେଇଛି I ଏପରିକି କିଛି ଅଞ୍ଚଳରେ ଦିନେ ଦିନେ ରାତି ସାରା ବିଦ୍ୟୁତ୍ କାଟ ହେବାର ନଜିର ରହିଛି I ଏନେଇ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ଯୋଗାଯୋଗ କଲେ ସେମାନେ ଫୋନ୍ ମଧ୍ୟ ଉଠାଉ ନାହାନ୍ତି I ବିଦ୍ୟୁତ୍ ବିଭାଗ ଆଇନ୍ ଅନୁସାରେ ଏକ ଘଣ୍ଟା ସମୟରୁ ଅଧିକ ସମୟ ବିଦ୍ୟୁତ୍ କାଟ ହେଲେ ଲୋକଙ୍କୁ ପୂର୍ବ ସୂଚନା ଦେବା କଥା କିମ୍ବା ଝଡ଼ ପବନ ହେଲେ ଜରୁରୀକାଳୀନ ଭିତ୍ତିରେ ବିଦ୍ୟୁତ୍ କାଟ ହେବା କଥା I କିନ୍ତୁ କୌଣସି ଝଡ଼ ପବନ ନଥାଇ ଦୈନିକ ଚାରି ପାଞ୍ଚ ଘଣ୍ଟା ବିଦ୍ୟୁତ୍ କାଟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି I ପ୍ରକାଶ ଥାଉକି ବିଦ୍ୟୁତ୍ ବିଭାଗ ଟାଟା କମ୍ପାନି ଅଧୀନକୁ ଯିବା ପର ଠାରୁ ବିଭାଗର ମନମାନି ଆରମ୍ଭ ହୋଇଯାଇଛି I କର୍ମଚାରୀ ମାନେ କମ୍ପାନୀକୁ ଖୁସି କରିବା ପାଇଁ କେବଳ ବିଦ୍ୟୁତ୍ ଦେୟ ଆଦାୟ କରିବାରେ ଲାଗି ପଡିଛନ୍ତି I କିଛି ବିଦ୍ୟୁତ୍ କର୍ମଚାରୀଙ୍କ ଠାରୁ ଏହି ଅଘୋଷିତ ବିଦ୍ୟୁତ୍ କାଟ୍ ର ଗୁମର ସୂଚନା ମିଳିଛି I ସେମାନଙ୍କ କହିବା ପ୍ରକାରେ କୁଆଡେ଼ କମ୍ପାନିର ଅଧିକ ଲାଭ ପାଇଁ ବିଦ୍ୟୁତ୍ କାଟ କରିବାକୁ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗୀତା ଚାଲିଛି I
ଯେଉଁ ସବ୍ଡିଭିଜନ୍ ରେ ଯେତେ ଅଧିକ ସମୟ ବିଦ୍ୟୁତ୍ କାଟ ହେବ ସେହି ସବ୍ଡିଭିଜନ୍ ର କର୍ମଚାରୀମାନେ ଟାଟା କମ୍ପାନି ପକ୍ଷରୁ ପୁରସ୍କାର ଏବଂ ପଦୋନ୍ନତି ପାଇବେ ବୋଲି କିଛି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି I ଏପଟେ ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ବିଦ୍ୟୁତ୍ ଉପରେ ନିର୍ଭର କରୁଥିବା କୌଣସି କାର୍ଯ୍ୟ ଠିକ୍ ସମୟରେ ହୋଇପାରୁନି I ବର୍ଷା ଋତୁ ହୋଇଥିବାରୁ ରାତିରେ ବିଦ୍ୟୁତ୍ କାଟ ହେଲେ ଅନ୍ଧାରରେ ସରୀସୃପ ଘରେ ପଶିଯାଇ ଲୋକଙ୍କ ଜୀବନ ହାନି ଘଟିବାର ଉଦାହରଣ ମଧ୍ଯ ରହିଛି I ରାତିରେ ଅନ୍ଧାରର ସୁଯୋଗ ନେଇ ଚୋରି ଡାକୟତି ଭଳି ଅସାମାଜିକ କାର୍ଯ୍ୟର ବୃଦ୍ଧି ପାଇବାର ଭୟ ଲୋକଙ୍କ ମନରେ ସୃଷ୍ଟି ହୋଇଛି I କିନ୍ତୁ ଏପଟେ ବିଦ୍ୟୁତ୍ ବିଭାଗ କର୍ମଚାରୀ ବେଫିକର ଭାବେ ବିଦ୍ୟୁତ୍ କାଟ କରି କମ୍ପାନି ଠାରୁ ବାହାବାଃ ନେବାକୁ ପ୍ରତିଯୋଗିତା ଚଳାଇଛନ୍ତି I ଏନେଇ ବହୁ କର୍ମଚାରୀ ଲୋକଙ୍କୁ ଉତ୍ତର ଦେଉ ନଥିବା ବେଳେ କିଛି କର୍ମଚାରୀ ନାଲି ଆଖି ମଧ୍ୟ ଦେଖାଉଛନ୍ତି I ରାତିରେ ବିଦ୍ୟୁତ୍ କାଟ ସମ୍ପର୍କରେ ଜଙ୍ଗଲୀ ଜନ୍ତୁ ଶିକାର ଯୋଗୁଁଦିନକୁଦିନ ହେଉଛି କିଛି କର୍ମଚାରୀ ଖାମଖିଆଲ ଢ଼ଙ୍ଗରେ ପ୍ରକାଶ କରୁଛନ୍ତି I ଦିନକୁ ଦିନ ବିଦ୍ୟୁତ୍ କାଟକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ ସହ ସୃଷ୍ଟି ଅପ୍ରୀତିକର ପରିସ୍ଥିତି ପାଇଁ ବିଦ୍ୟୁତ୍ ବିଭାଗ ହିଁ ଦାୟୀ ରହିବ ବୋଲି ଅଞ୍ଚଳର ବିଦ୍ୟୁତ୍ ଉପଭୋକ୍ତା ମାନେ ପ୍ରକାଶ କରିଛନ୍ତି I
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO