
ବେଲଗୁଣ୍ଠା, ଆଗାମୀ 2022 ରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରୁ ଛାତ୍ର ମାନଙ୍କୁ ସଂଘଟିତ କରିବାପାଇଁ ବିଜେଡ଼ି ସୁପ୍ରିମୋ ଗୁରୁତ୍ୱ ଦେଇଛନ୍ତି।ଓଡ଼ିଶାର ପ୍ରତି ବ୍ଲକରେ ବିଜୁ ଛାତ୍ରଜନତା ଦଳ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।ସେହିପରି ବେଲଗୁଣ୍ଠା ବ୍ଳକ ଅଧୀନ ମଙ୍ଗଳପୁର ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ତଥା ଦୃଢ଼ ସଂଗଠକ ସ୍ବର୍ଗତ ରାଜକିଶୋର ନାୟକଙ୍କ ସୁପୁତ୍ର ଜ୍ୟୋତି ରଞ୍ଜନ ନାୟକଙ୍କୁ ବ୍ଲକ ବିଜୁଜନତା ଦଳ ଛାତ୍ର ସଭାପତି ଭାବେ ଚୟନ କରାଯାଇଛି । ଆଜି ଜ୍ୟୋତିରଞ୍ଜନଙ୍କୁ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କୁଞ୍ଜବିହାରୀ ନାୟକ ଉପଢ଼ୌକନ ଓ ଫୁଲ ତୋଡା ଦେଇ ସମ୍ମାନୀତ କରିଛନ୍ତି। ସେହିପରି ଶ୍ରୀ ନାୟକ ମଙ୍ଗଳପୁର ପଞ୍ଚାୟତର ଯୁବ ବିଜେଡ଼ି ଡିଜିଟାଲ ସେକ୍ରେଟାରୀ ଭାବେ ମାଧବ ଚନ୍ଦ୍ର ଆପଟ ଓ ଯୁବ ଛାତ୍ର ଡିଜିଟାଲ ସେକ୍ରେଟାରୀ ଭାବେ ହୃଷୀକେଶ ବିଶୋଇଙ୍କୁ ମଧ୍ୟ ସମ୍ମାନୀତ କରିଥିଲେ। ଯୁବ ଛାତ୍ର ବିଜୁଜନତା ଦଳର ସଭାପତି ରୂପେ ଜ୍ୟୋତିରଞ୍ଜନ ମନୋନୀତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି
I ଏନେଇ ଉଭୟ ଜ୍ୟୋତିରଞ୍ଜନ ଏବଂ ମାଧବ ବିଜେଡ଼ି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲ୍ଳା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ଆସିକା ସାଂସଦ ପ୍ରମିଳା ବିଷୋୟୀ ,ସୋରଡ଼। ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ବ୍ଲକ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତିକୃତଜ୍ଞତା ଜଣାଇଛନ୍ତି। ଉଭୟ ଜ୍ୟୋତିରଞ୍ଜନ ଏବଂ ମାଧବଙ୍କୁ ବ୍ଳକ୍ ବିଜେଡ଼ି ସଭାପତି ପ୍ରଶାନ୍ତ ନାୟକ,ବ୍ଳକ୍ ଡ଼ିଜିଟାଲ ସମ୍ପାଦକ ବିଭୂପାଦ ଜେନା,ଜିଲ୍ଲାପରିଷଦ ସଭ୍ୟ ଅମିତ୍ ନାୟକ,ସରପଞ୍ଚ ରାଜେନ୍ଦ୍ର ଗୌଡ଼,47 ନମ୍ବର୍ ଜୋନ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର ,ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦିବ୍ୟ ରଞ୍ଜନ ଦାଶ , ପୂର୍ବତନ ସମିତି ସଭ୍ୟ ଵିଦ୍ୟାଧର ବିଶୋଇ,ରାଜ କୁମାର ବିଶୋଇ, ବଳରାମ ଖଟେଇ ,ପିତାମ୍ବର ଆପଟ,ସୁଧୀର ଆପଟ ,ପ୍ରିୟବ୍ରତ ପଲେଇ,ସରୋଜ ସ୍ୱାଇଁ,ଭଗବାନ ଖଟେଇ, ପ୍ରକାଶ ଚନ୍ଦ୍ର ଖଟେଇ ,ହରିହର ନାଇକ,ସୀମାଞ୍ଚଳ ପ୍ରଧାନ,ସୁବାସ ଚନ୍ଦ୍ର ସ୍ୱାଇଁ,ହୃଷୀକେଶ ସ୍ୱାଇଁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି I ଏହି ଅବସରରେ ମଙ୍ଗଳପୁର ଗ୍ରାମ ପଂଚାୟତର ବହୁ ବିଜେପି ନେତା ଓ କର୍ମୀ ବିଜେଡିରେ ଯୋଗଦେଇଛନ୍ତି ।
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO