
ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ଏକ ଗଞ୍ଜେଇଚୋରା ଚାଲାଣ ର ପର୍ଦାଫାଶ କରିବାରେ ସଫଳ ହୋ ଇଛି!ଗଞ୍ଜେଇ ଚୋରା ଚାଲାଣରେ ୨ ଅଭିଯୁକ୍ତଙ୍କ ସହ ଜଣେ ନାବାଳକ ଗିରଫ ହୋଇଥିବା ଜଣାପଡିଛି!ମିଳିଥିବା ସୂଚନା ଅନୁସାରେ ଆଜି ମାଲକାନଗିରି ଜିଲ୍ଲା ୩ ୨ ୬ ନମ୍ବର ଜାତୀୟ ରାଜପଥର ଏମଭି ୩ ୧ ଗ୍ରାମ ନିକଟର ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣର ଖବର ପାଇଁ କାଲିମେଳା ଥାନା ପୋଲିସ ଏକ ଗଞ୍ଜେଇ ଭର୍ତ୍ତି ଅଟୋ ଅଟକାଇଥିଲେ! ଅଟୋ ରୁ ପୋଲିସ ୨ ୬ ୫ କେଜି ଗଞ୍ଜେଇ ଜବତ କରିଥିଲେ, ଯାହାର ଆନୁମାନିକ ମୂଲ୍ୟ ୨ ୬ ୫ 000/- ଟଙ୍କା ହେବ!ଚୋରା ଗଞ୍ଜେଇ ଚାଲାଣରେ ଏକ ବ୍ୟବହୃତ ଓଡି ୩ 0ବି ୯ ୭ ୭ ୭ ଅଟୋ , ଓଡି ୧ 0ସି ୭ ୭ 0୮ ନମ୍ବର ର ଏକ ମଟର ସାଇକେଲ , ତିନୋଟି ମୋବାଇଲ ଫୋନ କୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ! ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ପଞ୍ଜାବର ଲୁଧିୟାନା ଜିଲ୍ଲାର ତାଲମାଣ୍ଡି ଗ୍ରାମର ମଙ୍ଗତ ରାମ ସେକାଲିମେଳା ରେ ଏକ ଭଡା ଘରେ ରହୁଥିଲେ , ଅନ୍ୟ ଜଣେ ମାଲକାନଗିରି ଜିଲ୍ଲା ବେଜେଙ୍ଗିୱାଡା ପଞ୍ଚାୟତ ବେହେରାଗୁଡା ଗ୍ରାମର ପଦଲମ ବେହେରା ! ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି!