
ମାଲକାନଗିରି, ଗତକାଲି ରାତିରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ରୁ କେହିଦୃବୃତ୍ତ ଚୋରି କରିବାପାଇଁ ଉଦ୍ୟମ କରିବିଫଳ ହୋଇଥିବା ର ଚିତ୍ର ବ୍ୟାଙ୍କ ରେ ଲାଗିଥିବା ସିସି ଟିଭି ରେ କଏଦ ହୋଇଛି । ଗତ କାଲି ରାତିରେ କେହି ଦୃବୃତ୍ତ ବ୍ୟାଙ୍କ ର ମୁଖ୍ୟ ଗେଟର ତାଲା ଭାଙ୍ଗି ବ୍ୟାଙ୍କ ଭିତରକୁ ଟଙ୍କା ଚୋରି କରିବା ଉଦେଶ୍ୟରେ ପଶିଥିଲା । ବ୍ୟାଙ୍କ ଭିତରେ ଥିବା ବିଭିନ୍ନ କ୍ୟାସ କାଉଣ୍ଟର ଖୋଜିବା ପରେ ବ୍ରାଞ୍ଚ ମ୍ୟାନେଜର ଟ୍ରଙ୍କ ଭାଙ୍ଗିବାକୁ ଚେଷ୍ଟା କରି ନିରାଶ ହୋଇ ଫେରି ଯାଇଥିବା ଦେଖିବାକୁ ମିଳିଛି ।
ଏ ସମ୍ପର୍କରେ ଚିତ୍ରକୋଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଶାଖା ପରିଚାଳକ ସିଦ୍ଧାର୍ଥ ନାୟକ ଚିତ୍ରକୋଣ୍ଡା ଥାନାରେ ଏତଲା ଦେଇଛନ୍ତି । ଚିତ୍ରକୋଣ୍ଡା ଥାନା ଅଧିକାରୀ ଏତଲା କୁ ଭିତ୍ତିକରି କେସ ନମ୍ବର୧ 0୨ /୨ ୧ ଅନୁଯାଇ ପଞ୍ଜିକରଣ କରି ବ୍ୟାଙ୍କ ଚୋରି ର ସିସିଟିଭି ଫୁଟେଜ ଦେଖି ତଦନ୍ତ ଆରମ୍ଭ କରିଛନ୍ତି । ଚିତ୍ରକୋଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ଉପରେ ଚିତ୍ରକୋଣ୍ଡା ବ୍ଲକର ଅଠର ଗୋଟି ଗ୍ରାମ ପଞ୍ଚାୟତ ନିର୍ଭରଶୀଳ । ବ୍ୟାଙ୍କ ସହ ଏଟିଏମ ଲାଗିକି ଗୋଟିଏ ସ୍ଥାନରେ ରହିଥିବାରୁ ବ୍ୟାଙ୍କ ର ସୁରକ୍ଷା ପାଇଁ ଦିବାରାତ୍ର ସିକୁରିଟି ଜଗି ରହିବାକୁ ସାଧାରଣରେ ରେ ଦାବି ହୋ ଉ ଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO