-
୫ ଦିନ ପରେ ଆଖି ବୁଜିଲେ ଆରାମା

ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଂଚଳରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବା ଘଟଣା ଲୋକଲୋଚନକୁ ଆସିଛି । ପାରିବାରିକ କଳହରୁ ସ୍ୱାମୀ ଗାଁ ଛକରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା । ୫ ଦିନ କାଳ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଗତକାଲି ବ୍ରହ୍ମପୁର ବଡ ମେଡିକାଲରେ ଆଖି ବୁଜିଛନ୍ତି ପତ୍ନୀ ଆରାମା ।
ଆଜି ଶବ ବ୍ୟବଚ୍ଛେଦ ଛତ୍ରପୁର ଥାନା ଅଧିକାରୀ ପ୍ରିୟଶ ରଞ୍ଜନ ଛୋଟରାୟ କହିଛନ୍ତି ଯେ, ଘଟଣାରେ ସମ୍ପୃକ୍ତ ସ୍ୱାମୀ ବି. ମୁକାଡୁକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଆର୍ଯ୍ୟପଲ୍ଲୀ ମେରାଇନ ଥାନା ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ ବି.ମୁକାଡୁ ଓ ବି. ଆରାମା ରହୁଥିଲେ । ୪ ତାରିଖ ଦିନ ସକାଳୁ କାମ କରିବା ପାଇଁ ଯାଉଥିବା ବେଳେ ଗାନ୍ଧି ଛକରେ ସ୍ୱାମୀ ମୁକାଡୁ ପତ୍ନୀଙ୍କ ସହ ଝଗଡ଼ା କରିବା ସହ ତାଙ୍କ ଉପରେ ପେଟ୍ରାେଲ ଢ଼ାଳି ନିଆଁ ଲଗାଇ ଦେଇଥିଲା । ଏହି ଦମ୍ପତିଙ୍କର ତିନୋଟି ସନ୍ତାନ ରହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO