
ରାଉରକେଲା, ରାଉରକେଲାରେ ଥିବା ଆରଡିଏରେ କର୍ମଚାରୀଙ୍କ ଅଭାବ ଓ ଭଡ଼ା ଆଦାୟ ଲାଗି ଅନଲାଇନ ବ୍ୟବସ୍ଥା କରଯାଉନଥିବାରୁ ଏହା ଅଧିନରେ ଥିବା ଦୋକାନୀ ମାନଙ୍କର ସମସ୍ୟା ବଢିବାରେ ଲାଗିଛି, ଏନେଇ କର୍ତୁପକ୍ଷ କୌଣସି ବ୍ୟବସ୍ଥା କରୁନଥିବାରୁ ଅସନ୍ତୋଷ ବଢିବା ସହ ନାନା ସମସ୍ୟା ଦେଖାଦେଇଛି । ଏଠାରେ ଉଲ୍ଲେଖଯୋଗ୍ୟ, ଆରଡିଏ ଅଧିନରେ ପାଖାପାଖି ୧୭ ଶହ ଦୋକାନ ଗୃହ ରହିଛି ।କର୍ମଚାରୀ ମାନଙ୍କ ଦରମା ପ୍ରାୟ ଏହି ଦୋକାନ ଭଡାରୁ ଚଳାଯାଇଥାଏ । ଏହି ଦୋକାନ ଗୁଡିକର ଭଡା ପ୍ରତି ମାସ ୧୦ ତାରିଖ ସୁଦ୍ଧା ନଦେଲେ ଜରିମାନା ପଡିଥାଏ । ଏସବୁର ଭଡ଼ା ଆଦାୟ ଲାଗି ବର୍ତମାନ ମାତ୍ର ୩ ଜଣ ସହାୟକ ରହିଛନ୍ତି । ନିକଟରେ ଜଣଙ୍କର ଅବସର ହୋଇଥିବା ବେଳେ ତାଙ୍କୁ ଡକାଯାଇ କାମ ଚଳାଯାଉଛି । ସବୁଠୁ ବଡ କଥା ହେଲା ଦୋକାନୀ ମାନଙ୍କର ଭଡ଼ା ଆଦାୟ ପରେ ସେସବୁକୁ ରେଜିଷ୍ଟାରରେ ଚଢା ଜିବା କଥା, ଯଦି ଦୋକାନୀ ରସିଦ୍ ହଜାଇଦେଲେ ଓ ରେଜିଷ୍ଟାରରେ ତାହା ଲେଖାଯାଇନାହିଁ ତେବେ ପୁର୍ନବାର ସେହି ଭଡ଼ାକୁ ଦୋକାନୀ ଦେବାକୁ ବାଧ୍ୟ ।
ଯଦି ଏହିଭଳି ରେଜିଷ୍ଟାରରେ ଆଦାୟ ଭଡା ଚଢା ନଯାଏ ଯଦି କେବେ ଦୋକାନ ସରେଣ୍ଡର କରାଯାଉଛି ତେବେ ବକେୟା ଭଡ଼ା ଦେଖାଇ ଜମା ଥିବା ଅର୍ଥରୁ ଟଙ୍କା କାଟି ନିଆଯାଉଥିବା ଅଭିଯୋଗ ହେଉଛି । ଏଭଳି କାରବାର ପଛରେ କେତେକ ଅସାଧୁ ପୁରୁଣା କର୍ମଚାରୀ ଯେଉଁମାନେ କେବଳ ଆରଡିଏରେ ରହି କୌଣସି ଆଡେ ବଦଳି ନହୋଇ ରାଉରକେଲାରେ ରହିଛନ୍ତି ସେହିମାନେ ହିଁ କରୁଥିବାର ଖବର ମିଳିଛି । ମୁହଁରେ ମିଠା କଥା କହି ଦୋକାନୀ ମାନଙ୍କୁ ଏମାନେ ଲୁଟୁଥିବାର ଅଭିଯେ।ଗ ହୋଇଛି । ଏହି ଦୋକାନ ଭଡା ଅନଲାଇନରେ ଦେବା ଲାଗି ବାରମ୍ବାର ଦାବି ସତ୍ୱେ ତାହାର ବ୍ୟବସ୍ଥା କରାଯାଉନାହିଁ । ଯାଗା ବିକା, ଘର ବିକା ଆଦି ନାନା କାମ ଅନଲାଇନରେ କରାଯାଉଥିବା ବେଳେ ଏହି ଦୋକାନ ଭଡ଼ା ଆଦାୟକୁ କାହିଁକି ଅନଲାଇନ କରାଯାଉନାହିଁ ତାହାର ଉତର ମିଳୁନାହିଁ । ସେପଟେ ଆରଡିଏ ଦାୟିତ୍ୱରେ ବିଭିନ୍ନ ସମୟରେ ଏଡିଏମ ରହୁଥିବା ବଡ ବାବୁ ମାନେ ସଚିବ ରହୁଛନ୍ତି । ସେମାନଙ୍କୁ ଗାଡି ଠାରୁ ନାନା ସୁବିଧା ଆରଡିଏ ଯୋଗାଉଛି, ସେ ଅର୍ଥ ମଧ୍ୟ ଏହି ଦୋକାନ ଭଡ଼ାରୁ ଯାଉଛି, ହେଲେ ବାବୁ ବାବୁଆଣୀ ମାନେ ଏଥିପ୍ରତି ଦୃଷ୍ଟି ଦେଇନଥିବା ଅଭିଯୋଗ ହେଉଛି । ଏପରି ସ୍ଥିତିରେ ବର୍ତମାନର ସଚିବ ଏ ଦିଗରେ ପଦକ୍ଷେପ ନେବା ଲାଗି ଦାବି ହେଉଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO