
କେନ୍ଦୁଝର, ଶେଷରେ ଶେଷ ନିଶ୍ୱାସ ତ୍ୟାଗ କଲେ ଅସୁସ୍ଥ ଗଜରାଜ । ଅସୁସ୍ଥ ଗଜରାଜଙ୍କୁ ସୁସ୍ଥ କରିବା ଲାଗି ଚିକିତ୍ସକ ଦଳଙ୍କର ଆପ୍ରାଣ ଉଦ୍ୟମ ସଫଳ ହୋଇ ପାରିଲା ନାହିଁ । ଯାହାକୁ ନେଇ ଅଂଚଳବାସୀ ଶୋକ ପ୍ରକାଶ କରିଛନ୍ତି ।ଗତ ଶୁକ୍ରବାର ଦିନ କେନ୍ଦୁଝର ଜିଲ୍ଲାର ଭୂୟାଁ ଜୁଆଙ୍ଗ ପୀଢ଼ (ବିଜେପି) ରେଞ୍ଜ୍ ଅନ୍ତର୍ଗତ ତଳ ଚମ୍ପେଇର ଜୁଆଙ୍ଗ ସାହୀ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଏକ ମାଇ ଗଜରାଜ ଅସୁସ୍ଥ ଅବସ୍ଥାରେ ପଡି ରହିଥିବା ଘଟଣା ଜଙ୍ଗଲକୁ କାଠ ନେବାକୁ ଆସିଥିବା ନିକଟବର୍ତୀ ଅଂଚଳର କେତେକ ଲୋକ ଜାଣିବାକୁ ପାଇଥିଲେ ।
ସେମାନେ ଏ ସମ୍ପର୍କରେ ତୁରନ୍ତ ବନ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇ ଚିକିତ୍ସକ ଦଳଙ୍କ ସହ ବନ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ ଏବଂ ଆସୁସ୍ଥ ଗଜରାଜଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ଫଳରେ ଗଜରାଜ ସାମାନ୍ୟ ସୁସ୍ଥ ହେଉଥିବା ଲକ୍ଷ୍ୟ କରାଯିବା ସହ ଶୁଣ୍ଢ ହଲାଇ ଥିଲା ଓ ଜୋର ଜୋରରେ ନିଶ୍ୱାସ ମାରିଥିଲା । କିନ୍ତୁ, ଚିକିତ୍ସକ ଦଳଙ୍କର ବହୁ ଉଦ୍ୟମ ସତ୍ୱେ ଶେଷରେ ବିଳମ୍ବିତ ରାତ୍ରୀରେ ଗଜରାଜ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଗଜରାଜଙ୍କ ବୟସ ୩୫ ବର୍ଷ ହେବ ବୋଲି ବନ ବିଭାଗ ଆକଳନ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ଗଜରାଜଙ୍କର ସୁରକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ଅଧିକରୁ ଅଧିକ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଥିବା ବନ୍ୟପ୍ରାଣୀ ପ୍ରେମୀମାନେ ମତ ପ୍ରକାଶ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO