
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଲମ୍ବିପାଣି ବୁଡି ଗ୍ରାମକୁ ନେଇ ତିଖାଲି ସ୍ଥିତ ବଙ୍ଗଳା ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କର୍ଣ୍ଣ ପୁଞ୍ଜି ଅଧ୍ୟକ୍ଷତା କରିଥିଲେ । ବୈଠକରେ ଗ୍ରାମର ଚାରିଗୋଟି ସମସ୍ୟା ଉପରେ ବୈଠକରେ ଉପସ୍ଥିତ ଥିବା ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତିର ସଭାପତି ନିତ୍ୟାନନ୍ଦ ପ୍ରଧାନ , ସମ୍ପାଦକ ଗୋପୀନାଥ ଗଉଡ଼ଙ୍କୁ ଜଣାଇଥିଲେ ।
18 ବର୍ଷ ପୁଅ ଝିଅଙ୍କ ବର୍ଦ୍ଧିତ ବିସ୍ଥାପିତ ରାଶି, ଏକ୍ସ ଗ୍ରାଟିଆ, ବିଜୁ ପକ୍କା ଘର ପ୍ରଭୁତି ତୁରନ୍ତ ପ୍ରଦାନ ଉପରେ ବିସ୍ତୁତ ଭାବେ ଆଲୋଚନା ହୋଇଥିଲା । ବୈଠକରେ ବିସ୍ଥାପିତ ସହାୟତା ସମିତିର ପୂର୍ବତନ ସଭାପତି ଅଲେଖ ମାଝୀ , କୋଷାଧ୍ୟକ୍ଷ ପର୍ଶୁରାମ ପଟେଲ, ହୃଷୀକେଶ ବେହେରା, ନକୁଳ ବେହେରା, ଝସକେଟନ ବେହେରା ,ଟଙ୍କଧର ବେହେରା , ପାରେଶ୍ୱର ମାଝୀ, ପୁରୁନ ପୁଞ୍ଜି, କହ୍ନେଇ ସଗରିଆ, ସଂକ୍ରିତନ ପଟେଲ, ସତ୍ୟାନନ୍ଦ ପହରିଆ, ପ୍ରେମ ସିଂ ପହରିଆ ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO