
ନୂଆପଡ଼ା : ଆମେ ନିରୁପାୟ। ଆମକୁ ବଞ୍ଚିବା ପାଇଁ ସହାୟ ହୁଅ। ନ ହେଲେ ମା, ପୁଅ ଅକାଳରେ ଭାସିଯିବୁ । ଏଭଲି ଏକ କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି କରୋନାରେ ସ୍ବାମୀଙ୍କୁ ହରାଇଥିବା ଜଣେ ବିଧବା ମହିଳାର ଆବେଗ ନିବେଦନ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ଦବଡା ପ୍ରକଳ୍ପ ବିଦ୍ୟାଳୟରେ ଶ୍ରୀ ବିକ୍ରମ ବାଗ (୪୪)ଶିକ୍ଷକ ଭାବରେ କାର୍ଯ୍ୟ ତୁଲାଇ ଆସୁଥିଲେ। ସରକାରଙ୍କ କୋଭିଡ – ୧୯ କାର୍ଯ୍ୟରେ ନୂଆ ମାଲପଡା ପୋର୍ଟିପଡା ଅସ୍ଥାୟୀ କେନ୍ଦ୍ରରେ ନିୟୋଜିତ ହୋଇ ସୁଚାରୁ ରୁପେ କାର୍ଯ୍ୟ ତୁଲାଉଥିଲେ। ହେଲେ ଭାଗ୍ୟର ବିଡମ୍ବନା, ନିଜେ କରୋନାରେ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ରାୟପୁର ଠାରେ ଚିକିତ୍ସା ଚାଲିଥିଲା। କିନ୍ତୁ ଦୁନିଆରେ ବଞ୍ଚିବା ଅସମ୍ଭବ ହୋଇ ସବୁଦିନ ପାଇଁ ଆଖି ବୁଜି ଆର ପାରିକୁ ଚାଲିଗଲେ।
ହେଲେ ରହିଗଲେ ଅନାଥ ନାବାଳକ ପୁଅ ଏକଲବ୍ୟ ବାଗ ଓ ସ୍ତ୍ରୀ ନିଲେନ୍ଦ୍ରି ବାଗ। ଏମାନେ ବଞ୍ଚିବାର ରାହା ଖୋଜୁଛନ୍ତି। ସ୍ବାମୀଙ୍କ ମୃତ୍ୟୁ କାଳୀନ ପେନସନ ଓ ଉତ୍ତରାଧିକାରୀ ଭାବରେ ପୁଅଙ୍କୁ ଯୋଗ୍ୟ ବୟସରେ ଚାକିରି ଏପରିକି କାରୋନା ସହାୟତା ରାଶି ପ୍ରଦାନ କରିବାକୁ ଆକୁଳ ନିବେଦନ କରିଛନ୍ତି। ଏନେଇ ସିନାପାଲି ବ୍ଲକ ଶିକ୍ଷା ଅଧିକାରୀ ଚୈତନ୍ୟ ହୋତାଙ୍କ ଜରିଆରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ ଜଣାଇବା ସହ ସିନାପାଲି ମିଳିତ ଶିକ୍ଷକ ସଙ୍ଘର ସଭାପତି ପ୍ରସନ୍ନ ମାଝିଙ୍କୁ ମଧ୍ୟ ଏକ ଦାବି ଜଣାଇ ନିବେଦନ କରିଛନ୍ତି। ତେବେ ପ୍ରଶାସନ ଅଧିକାରୀ କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି। ତାହା ଆଗାମୀ ଦିନରେ ପରିବାର କିଭଳି ସହଯୋଗ ପାଉଛି ତାହା ଆଗାମି ଦିନରେ ଜଣାପଡ଼ିବ। ଏନେଇ ସିନାପାଲି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ହୋତା ଜିଲ୍ଲା ଅଧିକାରୀଙ୍କୁ ଜଣାଇ ଦେବୁ ଯାହା ସୁବିଧା ହେବ ପରିବାର ଲୋକ ପାଇବେ ବୋଲି ମତ ପ୍ରକାଶ କରିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO