
ନୂଆପଡା: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଠାରେ ଏକ ରାସ୍ତା ଦୁର୍ଘଟଣାରେ ନୂଆପଡା ଜିଲ୍ଲା ତୁକଲାର ଜଣେ ଯୁବକ ପ୍ରାଣ ହରାଇଛନ୍ତି।ପ୍ରାପ୍ତ ଖବର ମତେ ତୁକଲା ଗ୍ରାମର ଦିଲୀପ ଦାଶଙ୍କ ପୁଅ ରାଜେଶ କୁମାର ଦାଶ(୨୬)ଟିଟିଲାଗଡ଼ରେ ରହି ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ। ଆଜି ସକାଳୁ କମ୍ପାନୀ କାମରେ ନିଜ ସ୍କୁଟିରେ ଯାଉଥିବା ବେଳେ ଝାରଦେବନ ଠାରେ ସକାଳ ଘ.୮.୧୫ମି.ରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।
ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଡାକ୍ତରଖାନା ନିଆ ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଟିଟିଲାଗଡ଼ ପୁଲିସ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ କରୁଛନ୍ତି। ରାଜେଶ ଜଣେ ସରଳ ଓ ଅମାୟିକ ବ୍ୟକ୍ତିତ୍ୱ ଥିଲେ। ତାଙ୍କର ବିୟୋଗରେ ତୁକଲା ଅଞ୍ଚଳ ଓ ଚିହ୍ନା ପରିଚୟ ମହଲରେ ଶୋକର ଛାୟା ଖେଳି ଯାଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO