
ବେଲଗୁଣ୍ଠା, ସଡ଼କ ସୁରକ୍ଷା ଏବଂ ଗାଡ଼ି ଚାଳନାର ନିୟମ ବିଷୟରେ ଲୋକଙ୍କୁ କେତେ ସଚେତନ କରାଗଲେ ମଧ୍ଯ କିଛି ଅମାନିଆ କିନ୍ତୁ ସୁଧୁରିବାର ନାଁ ଧରୁ ନାହାନ୍ତି I ଫଳରେ ପୋଲିସ୍ ବାଧ୍ୟ ହୋଇ ବ୍ଳକିଂ ଚେକିଂ କରି ଅମାନିଆ ଗାଡ଼ି ଚାଳକଙ୍କ ଠାରୁ ଫାଇନ ଆଦାୟ କରୁଛି I
ଦୁଇ ଦିନ ହେବ ବେଲଗୁଣ୍ଠା ପୋଲିସ୍ ପକ୍ଷରୁ ବେଲଗୁଣ୍ଠା ପୁରୁଣା ଫାଣ୍ଡି ଛକ ଠାରେ ଯାଞ୍ଚ୍ କରାଯାଇ ହେଲମେଟ୍ ପିନ୍ଧି ନଥିବା ମୋଟରସାଇକେଲ୍ ଚାଳକ, ଦୁଇରୁ ଅଧିକ ବ୍ୟକ୍ତି ବସିଥିବା ବାଇକ ଏବଂ ଦ୍ରୁତ ଗତିରେ ବାଇକ୍ ଚଳାଉଥିବା ଚାଳକଙ୍କ ଠାରୁ 22000 ଟଙ୍କାର ଜୋରିମାନା ଆଦାୟ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I ଏହି ବାଇକ୍ ଯାଞ୍ଚ୍ ପ୍ରକ୍ରିୟାରେ ଥାନା ଅଧିକାରୀ ଶ୍ରୀ ସାହୁଙ୍କ ନେତୃତ୍ୱରେ ଏସ୍ଆଇ ବିକେ ବେହେରା, ଏଏସ୍ଆଇ କେସି ସେଠୀ, ଜିବି ପାତ୍ରଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ I ଆଗକୁ ଏହି ଯାଞ୍ଚ୍ ପ୍ରକ୍ରିୟା ଅଧିକ କଡାକଡି ହେବ ବୋଲି ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO