-
ପରୀକ୍ଷା ଦେଉଛନ୍ତି ସୋରଡ଼ା ବିଧାୟକ

ଗଞ୍ଜାମ, ଗଞ୍ଜାମ ଜିଲ୍ଲାରେ ୨୯ଟି କେନ୍ଦ୍ରରେ ଆଜି ଠାରୁ ଅଫ୍ ଲାଇନ୍ ମେଟ୍ରିକ୍ ପରୀକ୍ଷା ରେଗୁଲାର, ଏକ୍ସ ରେଗୁଲାର, ଏସ.ଓ.ଏସ.ସି. ପୋଷ୍ଟ (ଓପନ୍ ସ୍କୁଲ ସାର୍ଟିଫିକେଟ), ଫ୍ରେସ୍ ଓ ବ୍ୟାକ୍ ପେପର୍ ପରୀକ୍ଷା ହେଉଛି । ମୋଟ୍ ୧୩୯୯ ଜଣ ପରୀକ୍ଷାର୍ଥି ଗଞ୍ଜାମ ଜିଲ୍ଲାରେ ଏହି ପରୀକ୍ଷା ଦେଉଛନ୍ତି । ସେଥିମଧ୍ୟରୁ ୫୯୧ ଜଣ ରେଗୁଲାର୍, ୧୧୭ ଜଣ ଏକ୍ସ ରେଗୁଲାର, ଏସ.ଓ.ଏସ.ସି. ଫ୍ରେସ୍ ୫୨୪ ଓ ବ୍ୟାକ୍ ପେପର୍ ୮୭ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ପରୀକ୍ଷା କେନ୍ଦ୍ର ଗୁଡିକୁ ବିଶୋଧନ କରାଯାଇଛି ।
ପ୍ରଶ୍ନପତ୍ର ଓ ଏମ.ଆର. ସିଟ୍ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଂଚି ସାରିଛି । ପରୀକ୍ଷା ହଲ୍ ରେ ପ୍ରବେଶ ପୂର୍ବରୁ ପରୀକ୍ଷାର୍ଥୀଙ୍କ ଥର୍ମାଲ୍ ସ୍କ୍ରିନିଂ, ସାନିଟାଇଜେସନ୍ ଆଦି କରାଯାଇଛି । ଗୋଟିଏ କୋଠରିରେ ସର୍ବାଧିକ ୧୨ ଜଣ ପରୀକ୍ଷାର୍ଥୀ ବସିବାର ବ୍ୟବସ୍ଥା କରାଯାଇଛି ।ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଭଞ୍ଜନଗର ସରକାରୀ ବାଳିକା ବିଦ୍ୟାଳୟରେ ମେଟ୍ରିକ ପରୀକ୍ଷା ଦେଉଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO