
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମରେ ଜଣେ ଯୁବତୀଙ୍କ ଉପରେ ସ୍ପିରିଟ୍ ଢ଼ାଳି ନିଆଁ ଲଗାଇ ଦେଇଥିଲା ଅଭିଯୁକ୍ତ ପ୍ରେମିକ । ଘଟଣାରେ ଯୁବତୀ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କ ଶରୀରର ପ୍ରାୟ ୬୦ ଭାଗ ପୋଡି ଯାଇଛି । ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ପୁରୁଷୋତମପୁର ଡ଼ାକ୍ତରଖାନା ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ଅନୁଯାୟୀ, ପ୍ରତାପପୁର ଗ୍ରାମ ଗୌଡ଼ସାହିର କୃଷ୍ଣଚନ୍ଦ୍ର ସାହୁ ଗତ କିଛି ଦିନ ହେଲା ବୁଗୁଡ଼ା ନିକଟ କଳମ୍ବ ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ଆସୁଥିଲେ । ହେଲେ ତାଙ୍କୁ ବିବାହ କରିବାକୁ ରାଜି ହେଉନଥିଲେ । ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ ଜିଦ୍ ଧରିବାରୁ କୃଷ୍ଣଚନ୍ଦ୍ର ତାଙ୍କୁ ଡାକି ଆଣି ଗ୍ରାମ ବାହାରେ ଥିବା ଏକ ନିଛାଟିଆ ସ୍ଥାନରେ ଲୁଚାଇ ରଖିଥିବା ସ୍ପିରିଟ୍ ତାଙ୍କ ଉପରେ ଢ଼ାଳିବା ସହ ନିଆଁ ଲଗାଇ ଦେଇଥିଲା ।
ଯୁବତୀଙ୍କ ବିକଳ ଚିତ୍କାର ଶୁଣି ଗ୍ରାମର କେତେକ ଲୋକ ତାଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତି କରିଥିଲେ । ଏ ସମ୍ପର୍କରେ ଖବର ପାଇ ପୁରୁଷୋତମପୁର ଥାନା ପୋଲିସ ସେଠାରେ ପହଂଚି ଘଟଣାର ଅନୁଧ୍ୟାନ କରୁଛି । ଫେରାର୍ ଥିବା ଅଭିଯୁକ୍ତ କୃଷ୍ଣଚନ୍ଦ୍ରକୁ ଗିରଫ କରି କୋର୍ଟଚାଲାଣ କରିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO