-
୮ଟି ରୁଟ୍ ରେ ସରକାରୀ ବସ୍ ଚଳାଚଳ ବନ୍ଦ
-
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମାଲକାନଗିରି, ରାଜ୍ୟର ମାଓ ପ୍ରବଣ ଅଂଚଳ ଗୁଡିକରେ ଆଜିଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀ ମାନେ ସହିଦ୍ ସପ୍ତାହ ପାଳନ କରୁଛନ୍ତି । ଏହି ଅବସରରେ ପ୍ରତି ବର୍ଷ ମାଓବାଦୀ ମାନେ ବିଭିନ୍ନ ସ୍ଥାନରେ ଛୋଟବଡ଼ ହିଂସାକାଣ୍ଡ ଭିଆଉଥିବାରୁ ଏହାକୁ ଦୃଷ୍ଟିରେ ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ମାଓ ପ୍ରବଣ ଅଂଚଳରେ ରହିଥିବା ଥାନା ଗୁଡିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥି ସହ ଜିଲ୍ଲାକୁ ସଂଯୋଗ କରୁଥିବା ପ୍ରବେଶ ପଥ ଗୁଡିକରେ ପୋଲିସ ପକ୍ଷରୁ ଯାଂଚ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଆଜି ଠାରୁ ମାଲକାନଗିରି ଜିଲ୍ଲାକୁ ଚଳାଚଳ କରୁଥିବା ସମସ୍ତ ସରକାରୀ ବସ୍ ଗୁଡିକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ ରହିଛି । ଜିଲ୍ଲାର ୮ଟି ରୁଟ୍ ରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି । ତେବେ ଘରୋଇ ବସ୍, ଚାରିଚକିଆ ଓ ଦୁଇଚକିଆ ଯାନବାହନ ଚଳାଚଳ ସ୍ୱାଭାବିକ୍ ରହିଛି । ବିଏସଏଫ ଯବାନଙ୍କ ପକ୍ଷରୁ ବିଭିନ୍ନ ଅଂଚଳରେ ସର୍ଚ୍ଚ ଅପରେସନ ଜାରୀ ରହିଛି ।ସେହିପରି ମାଓବାଦୀ ମାନେ ଏହି ଅବସରରେ ଗାଁ ଗାଁରେ ନାଚ ଗୀତର କାର୍ଯ୍ୟକ୍ରମ ଆୟୋଜନ କରିବା ସହ ସହିଦ୍ ସପ୍ତାହ ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ଲଗାଇ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO