
-
ଅଭିଯୁକ୍ତ ଗିରଫ
ସୂଚନା ଅନୁଯାୟୀ, ପ୍ରତାପପୁର ଗ୍ରାମ ଗୌଡ଼ସାହିର କୃଷ୍ଣଚନ୍ଦ୍ର ସାହୁ ଗତ କିଛି ଦିନ ହେଲା ବୁଗୁଡ଼ା ନିକଟ କଳମ୍ବ ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ଆସୁଥିଲେ । ହେଲେ ତାଙ୍କୁ ବିବାହ କରିବାକୁ ରାଜି ହେଉନଥିଲେ । ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ ଜିଦ୍ ଧରିବାରୁ କୃଷ୍ଣଚନ୍ଦ୍ର ତାଙ୍କୁ ଡାକି ଆଣି ଗ୍ରାମ ବାହାରେ ଥିବା ଏକ ନିଛାଟିଆ ସ୍ଥାନରେ ଲୁଚାଇ ରଖିଥିବା ସ୍ପିରିଟ୍ ତାଙ୍କ ଉପରେ ଢ଼ାଳିବା ସହ ନିଆଁ ଲଗାଇ ଦେଇଥିଲା ।
ଯୁବତୀଙ୍କ ବିକଳ ଚିତ୍କାର ଶୁଣି ଗ୍ରାମର କେତେକ ଲୋକ ତାଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତି କରିଥିଲେ । ଏ ସମ୍ପର୍କରେ ଖବର ପାଇ ପୁରୁଷୋତମପୁର ଥାନା ପୋଲିସ ସେଠାରେ ପହଂଚି ଘଟଣାର ଅନୁଧ୍ୟାନ କରୁଛି । ଫେରାର୍ ଥିବା ଅଭିଯୁକ୍ତ କୃଷ୍ଣଚନ୍ଦ୍ରକୁ ଗିରଫ କରି କୋର୍ଟଚାଲାଣ କରିଛି ।