
-
୮ଟି ରୁଟ୍ ରେ ସରକାରୀ ବସ୍ ଚଳାଚଳ ବନ୍ଦ
-
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଆଜି ଠାରୁ ମାଲକାନଗିରି ଜିଲ୍ଲାକୁ ଚଳାଚଳ କରୁଥିବା ସମସ୍ତ ସରକାରୀ ବସ୍ ଗୁଡିକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ ରହିଛି । ଜିଲ୍ଲାର ୮ଟି ରୁଟ୍ ରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି । ତେବେ ଘରୋଇ ବସ୍, ଚାରିଚକିଆ ଓ ଦୁଇଚକିଆ ଯାନବାହନ ଚଳାଚଳ ସ୍ୱାଭାବିକ୍ ରହିଛି । ବିଏସଏଫ ଯବାନଙ୍କ ପକ୍ଷରୁ ବିଭିନ୍ନ ଅଂଚଳରେ ସର୍ଚ୍ଚ ଅପରେସନ ଜାରୀ ରହିଛି ।ସେହିପରି ମାଓବାଦୀ ମାନେ ଏହି ଅବସରରେ ଗାଁ ଗାଁରେ ନାଚ ଗୀତର କାର୍ଯ୍ୟକ୍ରମ ଆୟୋଜନ କରିବା ସହ ସହିଦ୍ ସପ୍ତାହ ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ଲଗାଇ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।