
ଭଦ୍ରକ – ଭଦ୍ରକ ବ୍ଲକ୍ ସ୍ଥିତ ଚୁନଟି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକର ବିଧାୟକ ସଂଜୀବ ମଲ୍ଲିକ େଯାଗଦେଇଥିଲେ। ଅନ୍ୟମାନଙ୍କ ମଧ୍ଯରେ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ, ବ୍ଲକ୍ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀ େଯାଗଦେଇଥିଲେ। ଆଖପାଖ ଅଂଚଳରୁ ୫୦ ଟି ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ େଯାଗଦେଇଥିଲେ। ୨୩ ଟି କ୍ଲଷ୍ଟରରୁ ୬୯୦ ଜଣ ପ୍ରତିେଯାଗୀ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ୧୭ଟି ପ୍ରତିେଯାଗିତା ଓ ଛାତ୍ରଛାତ୍ରୀମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ୭୦ ଜଣ ଗାଇଡ୍ ଶିକ୍ଷକ ଶିକ୍ଷ୍ରୟତ୍ରୀ ପରିଚାଳନା କରିଥିଲେ। ଏହି ସୁରଭି କାର୍ଯ୍ୟକ୍ରମରେ ବ୍ଲକ୍ର ବିଭିନ୍ନ ୨୦୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ େଯାଗ ଦେଇଥିଲେ।