ଭଦ୍ରକ – ଭଦ୍ରକ ସହର ଭିତରେ ଦିନକୁ ଦିନ ବୃଦ୍ଧି ପାଉଥିବା ଲୁଟ୍ ଘଟଣା ପାଇଁ ଅତିଷ୍ଠ ହେଲେଣି ଜନସାଧାରଣ। ଲୁଟେରାଙ୍କ ଆତଙ୍କରାଜରେ ଏବେ ଅସୁରକ୍ଷିତ ଓ ଆତଙ୍କିତ ସହରବାସୀ ଲଗାତର ଛୋଟବଡ ଚୋରି ଓ ଲୁଟ୍ ଘଟଣା ସହରବାସୀଙ୍କ ପାଇଁ ଏବେ ନିତିଦିନିଆ ଘଟଣା ପାଲଟିଛି। ଆଜି ଭଦ୍ରକ ସହର ନୂଆବଜାର ସ୍ଥିତ ସୀତାରାମ କେµକ୍ସରେ ଥିବା ଏମକେ ଓମଫେଡ୍ ପାର୍ଲରରୁ ଦିନ ୧୨ଟା ସମୟରେ ୪୦ ହଜାର ଟଙ୍କା ଲୁଟି ନେଇଛି ଲୁଟେରା। ସୂଚନା ଅନୁସାରେ ଦୋକାନ ମାଲିକ କମଳା ସାହୁ ୪୦ ହଜାର ଟଙ୍କା ଦୋକାନ ବାକ୍ସରେ ରଖô ବାହାରକୁ ଯାଇଥିଲେ। ସେହି ସମୟରେ ଦୋକାନରେ ଥିବା କମଳାଙ୍କ ପତ୍ନୀ ଠେଲାବାଲା ଠାରୁ ଟମାଟୋ କିଣିବା ପାଇଁ ଅଳ୍ପ ସମୟ ପାଇଁ ଦୋକାନରୁ ବାହାରକୁ ଯାଇଥିଲେ। ଏହି ସୀମିତ ସମୟ ଭିତରେ ଦୋକାନରେ କେହି ନଥିବା ସୁେଯାଗ ନେଇ ବାକ୍ସରେ ଥିବା ୪୦ ହଜାର ଟଙ୍କା ଧରି ଚµଟ ମାରିଥିଲା ଦୃବୁର୍। ପୁରା ଘଟଣା ଉପରେ ଥିବା ଏକ ମୋବାଇଲ୍ ଦୋକାନର ସିସିଟିଭି କ୍ୟାମେରାରେ କଏଦ ହୋଇଛି। ପରେ ଘଟଣା ସଂପର୍କରେ ଟାଉନ୍ ଥାନାରେ ଏକ ମାମଲା ରୁଜୁ କରିଛନ୍ତି ଦୋକାନ ମାଲିକ କମଳା ସାହୁ। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
Related Stories
January 19, 2025
January 19, 2025