
ସାନିଟାଇଜେସନ ସରିଛି ସ୍କୁଲରେ । ଅଭିଭାବକଙ୍କ ଅନୁମତି ମାଗିଛନ୍ତି ପ୍ରଧାନ ଶିକ୍ଷକ । ଯେଉଁ ଅଭିଭାବକ ସଂକୋଚ କରୁଛନ୍ତି ପିଲାଙ୍କୁ ସ୍କୁଲ ଛାଡ଼ିବାକୁ, ସେମାନଙ୍କ ପାଇଁ ଅନଲାଇନ ବ୍ୟବସ୍ଥା ଅଛି । ଆବଶ୍ୟକ ସ୍ଥଳେ ସ୍କୁଲ ଗୁଡ଼ିକୁ ସେକ୍ସନରେ ବିଭକ୍ତ କରାଯିବ । ଏସଓପି ଅନୁସାରେ ସ୍କୁଲ ଖୋଲିବ ବୋଲି ସେ କହିଛନ୍ତି ।ଅନ୍ୟ ପକ୍ଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କରିବାକୁ ଅପ୍ରାଣ ଚେଷ୍ଟା ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି ।